Welcome To BN News . Always With Common People .

Breaking

Sunday 31 March 2019

ସ୍କୁଲ ଫି ନ ଦେଇଥିବା ଛାତ୍ର ଖରାରେ ହେଲେ ଠିଆ: ଜଣଙ୍କର ବୁଡ଼ିଲା ଚେତା



ଥିରୁଭାନନ୍ତପୁରମ୍‌,୩୧।୩: ସରକାର ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ନାନା ଅଭିଯାନ ଜାରି ରଖିଛନ୍ତି। ତେବେ କେରଳର ଆଲୁଭା ନିକଟସ୍ଥ କାରୁମାଲୋରରେ ଥିବା ଏକ ସ୍କୁଲରେ ଫି ନ ଦେଇଥିବା ୨ ଜଣ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଖରାରେ ଛିଡ଼ା କରାଇଛନ୍ତି। ସେମାନଙ୍କ ପରୀକ୍ଷା ଦେବାକୁ ମଧ୍ୟ ବାରଣ କରାଯାଇଛି। ଛାତ୍ରଙ୍କ ମଧ୍ୟରୁ ଜଣେ ଦୃଷ୍ଟି ବାଧିତ ବୋଲି କୁହାଯାଉଛି। ପ୍ରଚଣ୍ଡ ଖରାରେ ଜଣେ ଛାତ୍ରଙ୍କର ଚେତା ବୁଡ଼ିଯାଇଥିବା କୁହାଯାଉଛି। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପ୍ରଚାରିତ ହେବା ପରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ତଥା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।

No comments:

Post a Comment