Welcome To BN News . Always With Common People .

Breaking

Monday 8 April 2019

ଟେରର ଫଣ୍ଡିଙ୍ଗ ମାମଲା: ଏନଆଇଏକୁ ସମ୍ମୁଖୀନ ହେବେ ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ


ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ ଉମର ଫାରୁକ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ମାମଲାରେ ସୋମାବାର ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ)ରେ ହାଜର ହେବେ । ହୁର୍ରିୟତ ନେତାଙ୍କୁ ୩ୟ ଥର ପାଇଁ ନୋଟିସ ପଠାଯାଇଥିଲା । ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ରାଷ୍ଟ୍ରୀୟ ସୁରକ୍ଷା ସଂସ୍ଥା ପକ୍ଷରୁ ତାଙ୍କୁ ସଂପୂର୍ଣ୍ଣ ଭାବେ ସୁରକ୍ଷା ଦିଆଯିବ । ମୀରୱାଇଜ ଉମର ଫାରୁକ ଶ୍ରୀନଗରରୁ ଦିଲ୍ଲୀ ଗସ୍ତ କରିସାରିଛନ୍ତି ।
ଏନଆଇଏର ଚଢ଼ାଉ ବେଳେ ମୀରୱାଇଜଙ୍କ ଘର ଠାରୁ ଟିମକୁ ଏକ ହାଇଟେକ କମ୍ୟୁନିକେଶନ ସିଷ୍ଟମ ମିଳିଥିଲା । ଏହା ଦ୍ୱାରା ସେ ପାକିସ୍ତାନ କଶ୍ମୀରରେ ଷଡଯନ୍ତ୍ର କରୁଥିଲା । ସୂଚନା ଅନୁସାରେ ବିଚ୍ଛିନ୍ନତାବାଦୀ ନେତା ମୀରୱାଇଜ ଉମରଙ୍କ ଘର ନିକଟରୁ ୪୦ ଫୁଟ ଉଚ୍ଚର ଏକ ଟାୱାର ମିଳିଥିଲା । ଏହି ଟାୱାର ଜରିଆରେ ମିରୱାଇଜ ପାକିସ୍ତାନ ସହିତ ସିଧାସଳଖ ସଂପର୍କ ରଖୁଥିଲା । ଜାତୀୟ ଗଣମାଧ୍ୟମକୁ ଏନଆଇଏ ସୂତ୍ରରୁ ମିଳିଥିବା ଅନୁସାରେ ଯେଉଁ ଟାୱାର ମିଳିଛି, ହାଇଟେକ ଇଣ୍ଟରନେଟ କମ୍ୟୁନିକେଶନ ପାଇଁ ବ୍ୟବହାର ହେଉଥିଲା ।

No comments:

Post a Comment