Welcome To BN News . Always With Common People .

Breaking

Sunday 7 April 2019

ହିନ୍ଦୁ ଧର୍ମକୁ 'ହିଂସ୍ର ଧର୍ମ' କହି ଫସିଲେ ଉର୍ମିଳା, ମୁମ୍ୱାଇରେ ମାମଲା ରୁଜୁ


ବିଜେପିର ଜଣେ କର୍ମୀ , ଅଭିନେତ୍ରୀ ଏବଂ ମୁମ୍ୱାଇ ଉତ୍ତର ନିର୍ବାଚନୀ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡକରଙ୍କ ଉପରେ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେଇଥିବା ଅଭିଯୋଗ କରି ପୁଲିସରେ ଅଭିଯୋଗ ରୁଜୁ କରିଛନ୍ତି । ଜଣେ ଅଧିକାରୀ ରବିବାର ଦିନ ଏହି ସୂଚନା ଦେଇଛନ୍ତି । ମୁମ୍ୱାଇରେ ବିଜେପି କର୍ମୀ ସୁରେଶ ନଖୁଆ ଅଭିଯୋଗରେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କଥିତ ରୁପରେ ଉର୍ମିଳାଙ୍କୁ ହିନ୍ଦୁ ବିରୋଧୀ ଟିପ୍ପଣୀ ଦେବାକୁ ନିର୍ଦେଶ ଦେଇଥିଲେ ଏବଂ ପତ୍ରକାର ଜଣକ ତାଙ୍କୁ ତାଙ୍କ ଚେନାଲେରେ ଏହି ଟିପ୍ପଣୀ କରିବାକୁ ଦେଇଥିଲେ ।
ସେ ରାହୁଳ ଗାନ୍ଧୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୁରେଶ ପୋବ ପୁଲିସ ଷ୍ଟେସନରେ ଏହି ଅଭିଯୋଗ କରିଛନ୍ତି । ଟିଭି ଚାନେଲରେ ଉର୍ମିଳାଙ୍କ ସାକ୍ଷାତକାର ଦେଖିବା ପରେ ନଖୁଆ ଏହି ମାମଲା ରୁଜୁ କରିଛନ୍ତି । ଉର୍ମିଳା ହିନ୍ଦୁ ଧର୍ମକୁ ଦୁନିଆର ସବୁଠାରୁ ବଡ ହିଂସ୍ର ଧର୍ମ ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି ।
ପୁଲିସର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ଆମ ପାଖରେ ଏନେଇ ଅଭିଯୋଗ ଅଛି ,ଏହାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ ।

No comments:

Post a Comment