Welcome To BN News . Always With Common People .

Breaking

Monday 11 March 2019

ଏସବୁ ହାର୍ଟ ଆଟାକ୍‌ର ପୂର୍ବ ଲକ୍ଷଣ...




ପରିବର୍ତ୍ତିତ ଜୀବନଶୈଳୀରେ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ହାର୍ଟ ଆଟାକ୍‌ ସମସ୍ୟା ଦେଖାଦେଇଥାଏ। ହାର୍ଟ ଆଟାକ୍‌ ହେବା ପୂର୍ବରୁ କେତେକ ଲକ୍ଷଣ ପ୍ରକାଶ ପାଇଥାଏ। ଦୀର୍ଘ ଦିନ ଧରି ହାଡଗୋଡ ଦାନ୍ତ, ମୁଣ୍ଡ ଆଦି ବିନ୍ଧା ହେବା କିମ୍ବା ଛାତିରେ ଅସ୍ବାଭାବିକ ଯନ୍ତ୍ରଣା ହେବା ହାର୍ଟ ଆଟାକ୍‌ର ପୂର୍ବ ସୂଚନା। ଏପରି ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ସେହିପରି ମୁଣ୍ଡରେ ଅସହ୍ୟ ଜଳାପୋଡ଼ା ଭଳି ଅନୁଭବ ହେଲେ ଏହା ମଧ୍ୟ ହାର୍ଟ ଆଟାକ୍‌କୁ ସୂଚିତ କରିଥାଏ। ଦୀର୍ଘ ଦିନ ଧରି ଖାଦ୍ୟ ହଜମ ନ ହେବା ହାର୍ଟ ଆଟାକ୍‌ର ଲକ୍ଷଣ। ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା କିଛି ବାଟ ଚାଲିଗଲେ ଧଇଁସଇଁ ହେବା ହାର୍ଟ ଆଟାକ୍‌ର ସଙ୍କେତ ଦେଇଥାଏ। ଲଗାତାର ଭାବେ ବାନ୍ତିି ଓ ପେଟରେ ଯନ୍ତ୍ରମା ହେବା ହାର୍ଟ ଆଟାକ୍‌ର ପୂର୍ବ ଲକ୍ଷଣ ବୋଲି ଡାକ୍ତର କହିଥାନ୍ତିା କାନ୍ଧରେ ହାତରେ ଅବା ମେରୁଦଣ୍ଡରେ ଯନ୍ତ୍ରଣା ହେଲେ ରକ୍ତ ସଞ୍ଚାଳନ ସ୍ବାଭାବିକ ହେଉ ନ ଥିବାର ସୂଚନା ମିଳିଥାଏ। ଏହା ପରବର୍ତ୍ତୀ ସମୟରେ ହାର୍ଟ ଆଟାକକୁ ଡାକି ଆଣିଥାଏ। 

No comments:

Post a Comment