Welcome To BN News . Always With Common People .

Breaking

Friday 15 March 2019

ଛାଡ଼ନ୍ତୁ ଏହି ବଦଭ୍ୟାସ, ନଚେତ ହୋଇପାରେ କିଡନୀ ଖରାପ



ଆଜିକାଲି କମ୍‌ ବୟସରୁ କିଡ଼ନୀ ସମସ୍ୟାର ଶିକାର ହେଉଛନ୍ତି। ଭାରତରେ ୧୦ରୁ ଗୋଟିଏ ବ୍ୟକ୍ତି କିଡନୀ ସମସ୍ୟାରେ ପୀଡ଼ିତ ଅଛନ୍ତି। ଯଦି କିଡନୀକୁ ସୁସ୍ଥ ରଖିବାକୁ ହେଲେ ନିଜର କିଛି ଅଭ୍ୟାସରେ ପରିବର୍ତ୍ତନ କରିବାକୁ ହେବ।କିଡନୀ ରୋଗ ଲୋକଙ୍କ ଜୀବନଶୈଳୀ ଉପରେ ନିର୍ଭର କରିଥାଏ। ସାଧାରଣତଃ ଲୋକେ ଏହା ଉପରେ ଏତେ ଧ୍ୟାନ ଦେଇନଥାନ୍ତି। ଯେତେବେଳେ ରୋଗ ଗମ୍ଭୀର ହୁଏ ସେତେବେଳେ ରୋଗ ସମ୍ପର୍କରେ ରୋଗୀ ଜାଣିପାରିଥାଏ। ରୋଗର ଲକ୍ଷଣ ଜାଣିବା ବେଳକୁ ବିଳମ୍ବ ହୋଇଯାଇଥାଏ। ସେଥିପାଇଁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସମସ୍ତଙ୍କୁ ଯାଞ୍ଚ କରି ଠିକ ସମୟରେ ରୋଗୀର ଚିକିତ୍ସା କରିନେବା ଉଚିତ। ଏବଂ କିଛିଟା ବଦଭ୍ୟାସ ଯେତେ ଶୀଘ୍ର ବଦଳାଇ ପାରିବେ ସେତେ ଭଲ। ଜାଣନ୍ତୁ ସେ ଅଭ୍ୟାସଗୁଡ଼ିକ କ'ଣ?
ଶରୀର ପାଇଁ ନିଦ ସମ୍ପୂର୍ଣ୍ଣ ହେବା ଆବଶ୍ୟକ। କିଡନୀର ପରିଚାଳନା ଆମ ଶରୀର ପାଇଁ ନିହାତି ଜରୁରୀ। ନିଦ ଠିକ୍‌ ଭାବରେ ହେଲେ ଏହା କିଡନୀ ଉପରେ ପଡ଼ିଥାଏ।
ଅଧିକ ମାତ୍ରାରେ ମଦ୍ୟପାନ
ନିୟମିତ ଭାବେ ମଦ୍ୟପାନ ବା ଅଧିକ ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା ଏହା ଆମ କିଡନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ। ଅଧିକ ମାତ୍ରାରେ ମଦ୍ୟପାନ କେବଳ କିଡନୀ ନୁହେଁ ଲିଭର୍‌ ଉପରେ ବି ପଡ଼ିଥାଏ।
ବ୍ଲଡପ୍ରେସର କମ୍‌ ବା ବେଶୀ ହେଲେ
ଉଚ୍ଚ ରକ୍ତଚାପ (ହାଇ ବ୍ଲଡପ୍ରେସର) କିଡନୀ ପାଇଁ ହାନିକାରକ। ଉଚ୍ଚ ରକ୍ତଚାପ ଯୋଗୁଁ ରକ୍ତକୋଷିକା ଉପରେ ପ୍ରଭାବ ପଡ଼ିଥାଏ। ଯଦି ବିପି ସମସ୍ୟା ରହୁଛି ତେବେ ଠିକ୍‌ ସମୟରେ ଏହାର ଉପଚାର କରିବା ଆବଶ୍ୟକ। ଏଥିପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ।
ଅଧିକ ଓ କମ୍‌ ମାତ୍ରାରେ ପାଣି ପିଇବା
ପାଣିର ମାତ୍ରା ଅଧିକ ହେଉ ବା କମ୍‌ ଏହା ଶରୀର ପାଇଁ କ୍ଷତିକାରକ। ବହୁତ କମ୍‌ ପାଣି ପିଇଲେ କିଡନୀରେ ଛାଣି ହେବା ପ୍ରକ୍ରିୟା ଧିମା ପଡ଼ିଥାଏ। ଏବଂ ଅଧିକ ପାଣି ପିଇଲେ କିଡିନୀରେ ଚାପ ପଡ଼ିଥାଏ। ଶରୀରର ଆବଶ୍ୟକତା ଅନୁସାରେ ଗୋଟେ ଦିନରେ ଦେଢ଼ରୁ ଦୁଇ ଲିଟର ପାଣି ପିଇବା ଆବଶ୍ୟକ।
ଅଧିକ ମେଡିସିନ୍‌ ସେବନ
ଅଧିକ ମେଡିସିନ୍‌ର ସେବନ କିଡନୀ ପାଇଁ କ୍ଷତିକାରକ। ଯଦି ଲମ୍ବା ସମୟ ଧରି ପେନ୍‌ କିଲର୍‌ ସେବନ କରିବେ ଏହା କିଡନୀ ପାଇଁ କ୍ଷତିକାରକ। ଯଦି ମୁତ୍ର ସଂକ୍ରମଣ ହେଉଛି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ମୁତ୍ର ରୋକିଲେ
ଅଧିକ ସମୟ ଧରି ମୁତ୍ର ରୋକିଲେ କିଡନୀ ସମସ୍ୟା ଦେଖାଦିଏ।

No comments:

Post a Comment