Welcome To BN News . Always With Common People .

Breaking

Friday 15 March 2019

ଆଜି ୱାଲ୍ଡ ସ୍ଲିପ୍ ଡେ , ସୁସ୍ଥ ରହିବା ପାଇଁ ୮ଘଣ୍ଟା ଶୋଇବା ଆବଶ୍ୟକ


ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୧୫କୁ ୱାଲ୍ଡ ସ୍ଲିପ୍ ଡେ ରୂପେ ପାଳନ କରାଯାଏ । ୱାଲ୍ଡ ସ୍ଲିପ୍ ଡେରେ ଚଳିତ ବର୍ଷ 'ଐରବକ୍ଷଗ୍ଧଷଚ୍ଚ ଗ୍ଦକ୍ଷରରକ୍ଟ୍ର ବଦ୍ଭୟ ଐରବକ୍ଷଗ୍ଧଷଚ୍ଚ ବଶର ' ଥିମ ରହିଛିି. ଏହି ସ୍ଲିପ୍ ଡେ ରେ ଅସୁସ୍ଥ ଲୋକମାନଙ୍କୁ ୭ରୁ ୮ ଘଂଟା ଶୋଇବା ଅଭ୍ୟାସ କରିବା ଉଚିତ ।
ଶୋଇବା କମ କାରଣରୁ ହୃଦରୋଗ ,ଷ୍ଟୋକ ,ଉଚ୍ଚ ରକ୍ତଚାପ , ମଧୁମେୟ ଏବଂ ଓଜନ ବଢିବାର ସମସ୍ୟା ଦେଖାଯାଇଥାଏ । ନିଜ ଶରୀରର ଓଜନ କମ କରିବା ପାଇଁ ଅଧିକ ମାତ୍ରାରେ ନିଦ ଏବଂ ବ୍ୟାୟାମ ନିହାତି ଜରୁରୀ ହୋଇଥାଏ । କମ ଶୋଇବା କାରଣରୁ ଓଜନ ବୃଦ୍ଧି ହେବା ସହ ଶରୀର ଅସୁସ୍ଥ ହୋଇଥାଏ । କମ ଶୋଇବା କାରଣରୁ ଘରଲିନ ହରମୋନ ଶରୀରର କ୍ଷତି କରିଥାଏ । ଏହି ହରମୋନ ଶରୀରକୁ ଦୁର୍ବଳ କରିଦେଇଥାଏ ।
ନିଦ ଠିକ ସେ ହୋଇନଥିଲେ ଶରୀରର ଲାପଟିନ ହରମୋନ ପରିମାଣ କମ ହେଉଥିବା ବେଳେ ଘରଲିନ ହରମୋନର ସ୍ତର ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଅଧିକ ଭୋକ ଲାଗେ ଓ କିଛି ଖାଦ୍ୟ ଖାଇବାକୁ ମନ ହୋଇଥାଏ । ଯାହା ଦ୍ୱାରା ଶରାରର ଓଜନ ବଢିଥାଏ । ଉପଯୁକ୍ତ ପରିମାଣର ନିଦ୍ରା ନ ପାଇଲେ ମସ୍ତିଷ୍କ ଠିକ ରହିନଥାଏ । ଆପଣଙ୍କ ଓଜନକୁ ଠିକ ରଖିବାକୁ ହେଲେ ୭ରୁ ୮ ଘଂଟା ଶୋଇବାକୁ ହେବ ।

No comments:

Post a Comment