Welcome To BN News . Always With Common People .

Breaking

Saturday 30 March 2019

ଯାନ ବାହାନ କ୍ଷେତ୍ରରେ 'ପରିବାର ନିୟୋଜନ' କାହିଁକି ନୁହେଁ, ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କଲେ ସୁପ୍ରିମକୋର୍ଟ

ଦେଶର ରାଜଧାନୀ ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ଚିନ୍ତିତ ସୁପ୍ରିମକୋର୍ଟ । ବଢୁଥିବା ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରମକୋର୍ଟ କହିଛନ୍ତି ଯେ, ଯାନ ବାହାନ ଗୁଡିକର ମଧ୍ୟ ପରିବାର ନିୟୋଜନ କାହିଁକି କରାଯିବ ନାହିଁ । ଏହା ସହ ଦୈନଦିନ ଜୀବନରେ ପାର୍କିଂକୁ ନେଇ ମଧ୍ୟ ହେଉଥିବା ଝଗଡାକୁ ନେଇ ମଧ୍ୟ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଦିଲ୍ଲୀରେ ବଢୁଥିବା ବାହାନଙ୍କ ସଂଖ୍ୟା, ସେଥି ପାଇଁ ହେଉଥିବା ବାୟୁ ପ୍ରଦୂଷଣ ଏବଂ ପ୍ରତ୍ୟେକ ଦିନ ହେଉଥିବା ଟ୍ରାଫିକକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଖଣ୍ଡପୀଠ ଶୁକ୍ରବାର କହିଛନ୍ତି ଯେ ଗୋଟିଏ ପରିବାରକୁ 4-5ଟି ଗାଡି ରଖିବାକୁ କାହିଁକି ଅନୁମତି ମିଳିବା ଦରକାର । ଗାଡି ଗୁଡିକ ପାଇଁ ପରିବାର ନିୟୋଜନ କରାଯିବା ଦରକାର । ଯାନ ବାହନ କ୍ଷେତ୍ରରେ ମଧ୍ୟ କାହିଁକି ଆମେ ଦୁଇ ଆମର ଦୁଇ ନୀୟମ ଲାଗୁ ନହେବ ।
ଦିଲ୍ଲୀ-ଏନସିଆରରେ ବଢୁଥିବା ବାୟୁ ପ୍ରଦୂଷଣ ମାମଲାର ଶୁଣାଣି କରି ପୀଠ କହିଛନ୍ତି ଯେ ଏଠାରେ ଗାଡିଙ୍କ ସଂଖ୍ୟା ବହୁତ ଅଧିକ ହୋଇସାରିଛି, ଲୋକଙ୍କ ପାଖରେ ଗାଡି ଛିଡା କରିବାକୁ ମଧ୍ୟ ଜାଗା ନାହିଁ । ପାର୍କିଂ ପାଇଁ ପ୍ରତ୍ୟେକ ଦିନ ଝଗଡା ମଧ୍ୟ ହେଉଛି ।
ସୂଚନାଯୋଗ୍ୟ ଯେ ଦିଲ୍ଲୀର ଜନସଂଖ୍ୟା 2 କୋଟି ଏବଂ ଏଠାରେ ଗାଡି ସଂଖ୍ୟା ପ୍ରାୟ 1.3 କୋଟି । ଏହା ମଧ୍ୟରୁ 34 ପ୍ରତିଶତ କାର ରହିଛି ।

No comments:

Post a Comment