Welcome To BN News . Always With Common People .

Breaking

Monday 11 March 2019

ସତ୍ୟପାଠ ଦାଖଲ ପ୍ରକ୍ରିୟାରେ ସଂଶୋଧନ : ପ୍ୟାନ କାର୍ଡ ବାଧ୍ୟତାମୂଳକ



ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସତ୍ୟପାଠ ଦାଖଲ ପ୍ରକ୍ରିୟାରେ ସଂଶୋଧନ କରିଛନ୍ତି ନିର୍ବାଚନ କମିଶନ । ନୂଆ ବ୍ୟବସ୍ଥା ଅନୁଯାୟୀ ଏଣିକି ପ୍ରାର୍ଥୀମାନେ ନିଜ ସତ୍ୟପାଠର ସବୁ କଲମକୁ ପୂରଣ କରିବା ବାଧ୍ୟତାମୂଳକ । ଯଦି କୌଣସି କଲମରେ ଉଲ୍ଲେଖ କରିବା ଯୋଗ୍ୟ ବିଷୟ ନଥିବ ତେବେ ସେଠାରେ ପ୍ରାର୍ଥୀ 'ନିଲ୍' ବୋଲି ଲେଖିବେ । ଏହା ନଲେଖିଲେ ସତ୍ୟପାଠ ଖାରଜ ହୋଇଯିବାର ସମ୍ଭାବନା ରହିଛି । ପୂର୍ବଥର ପରି ଏଥର ଅତିରିକ୍ତ ସତ୍ୟପାଠ ଦାଖଲର ବ୍ୟବସ୍ଥା ନାହିଁ । ଫର୍ମ-୨୬ରେ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଏଥିସହ ପ୍ରାର୍ଥୀମାନେ ନିଜ ପ୍ୟାନ୍ କାର୍ଡ ନମ୍ବର ଉଲ୍ଲେଖ କରିବା ବାଧ୍ୟତାମୂଳକ । ଯେଉଁମାନଙ୍କର ପ୍ୟାନ୍ କାର୍ଡ ନଥିବ ସେମାନେ ତୁରନ୍ତ ପ୍ୟାନ୍ କାର୍ଡ ନମ୍ବର ପାଇଁ ଆବେଦନ କରି ସତ୍ୟପାଠ ଦାଖଲ ସମୟରେ ଆବେଦନ ସଂପର୍କିତ ପ୍ରମାଣ ଦାଖଲ କରିବେ । ପ୍ରାର୍ଥୀମାନେ ୫ ବର୍ଷର ଆୟର ହିସାବ ଦେବେ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ଜଣାଇଛନ୍ତି ।

No comments:

Post a Comment