Welcome To BN News . Always With Common People .

Breaking

Sunday 10 March 2019

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି, ହ୍ରାସ ପାଇଲା କ୍ୟାନସର ମେଡିସିନର ମୂଲ୍ୟ




ଦେଶର ୨୨ ଲକ୍ଷରୁ ଅଧିକ କ୍ୟାନସର ରୋଗୀଙ୍କ ପାଇଁ କେନ୍ଦ୍ର ସରକାର ପୁଣି ଥରେ ଏକ ବଡ ରିହାତି ଘୋଷଣା କରିଛନ୍ତି । ଏଣିକି କ୍ୟାନସର ରୋଗୀଙ୍କ ପାଇଁ ଆସିଛି ଖୁସି ଖବର । କ୍ୟାନସର ପାଇଁ ମେଡିସିନର ମୂଲ୍ୟ ଏତେ ଅଧିକ ଯେ ରୋଗୀର ମୂଳଦୁଆ ଭାଙ୍ଗିଦେଇଥାଏ । ସେଥିପାଇଁ ସରକାର ୩୯୦ଟି କ୍ୟାନସର ମେଡିସିନର ମୂଲ୍ୟକୁ ନିୟନ୍ତ୍ରଣ କରି ଏହାର ଦାମକୁ ହ୍ରାସ କରିଛନ୍ତି । ଏବେ ଏହି ମେଡିସିନ ୮୭ ପ୍ରତିଶତ କମ ଦାମରେ ଉପଲବ୍ଧ ହେବ ।


ରାଷ୍ଠ୍ରୀୟ ଅବଧି ମୂଲ୍ୟ ନିର୍ଧାରଣରେ ୩୯୦ ମେଡିସିନର ସୂଚୀ ଜାରି କରିଛନ୍ତି । ଏହି ମେଡିସିନର ମୂଲ୍ୟରେ ୮୫ପ୍ରତିଶତ ହ୍ରାସ ପାଇଛି । ବଜାରରେ ପୋଟିଆଜ ବ୍ରାଣ୍ଡ ମେଡିସିନର ଦାମ ୧୮,୧୩୩ ଟଙ୍କା । ଏହାର ଦାମ ମାର୍ଚ୍ଚରେ ୮୧ ପ୍ରତିଶତ କମ ରହିବ । ଏବେ ଏହି ମେଡିସିନ ୩୪୧୫ ଟଙ୍କାରେ ବଜାରରେ ଉପଲବଧ ହେଉଛି । ଏହାର ମୂଲ୍ୟ ନିୟନ୍ତ୍ରଣ କରିବା ହ୍ୱାରା ଏହାର ଦାମ ୮୩.୬୫ ପ୍ରତିଶତ କମ ରହିବ ।


ଏନପିପିଏର ଏକ ବରିଷ୍ଟ ଅଧିକାରୀଙ୍କ କହିବା ମୁତାବକ ଏନେଇ ୧୨୪ଟି କଂପାନୀ ନିଷ୍ପତି ନେଇଛନ୍ତି । ଯେମିତି ଏହି ମେଡିସିନର ଦାମ ୭୫ ପ୍ରତିଶତ କମ ରହିବ । ୧୨୧ଟି ବ୍ରାଣ୍ଡର ମୂଲ୍ୟ ୨୦ ରୁ ୫୦ ପ୍ରତିଶତ କମ ହେବା ସହ ୧୦୭ ବ୍ରାଣ୍ଡର ମୂଲ୍ୟ ୨୫ ପ୍ରତିଶତ ଏବଂ ୩୮ ବ୍ରାଣ୍ଡର ମୂଲ୍ୟ ୭୫ ପ୍ରତିଶତ କମ ହେବ ।

No comments:

Post a Comment