Welcome To BN News . Always With Common People .

Breaking

Sunday 10 March 2019

ଓଡ଼ିଆ ଲିପିରେ ଟ୍ରେନ ଟିକେଟ ଓଡିଶା ଦିବସ ରୁ



ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରିବାକୁ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ହୋଇଛି। ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନକୁ ଆସନ୍ତା ଏପ୍ରିଲ ମାସ ପହିଲା (ଓଡିଶା ଦିବସ)ଠାରୁ ଲାଗୁ କରିବାକୁ ରେଳବାଇ ପକ୍ଷରୁ ସ୍ଥିର ହୋଇଛି। ଓଡିଶାରେ ଥିବା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ସମସ୍ତ ୩୧୭ ଷ୍ଟେସନରେ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ବ୍ୟବସ୍ଥା ସହ ଯୋଡି ହେବ। ସେହିଭଳି ଦେଶର ୮ ହଜାରରୁ ଉର୍ଦ୍ଧ ରେଳଷ୍ଟେସନ ନାମକୁ ଓଡ଼ିଆ ଲିପି ସହିତ ସଂଯୋଗ ନେଇ ବ୍ୟବସ୍ଥା ହୋଇଛି। ଦେଶର ବିଭିନ୍ନ ଷ୍ଟେସନଗୁଡିକର ଭାଷାଗତ ଉଚ୍ଚାରଣକୁ ଦୃଷ୍ଟିରେ ରଖି ପ୍ରାନ୍ତୀୟ ରେଳ ଷ୍ଟେସନ ଗୁଡିକର ଓଡ଼ିଆ ଲିପିରେ ନାମକରଣ କରାଯାଇଛି I ଓଡିଶାରେ ଥିବା ରେଳ ଷ୍ଟେସନଗୁଡିକ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ ପାଇଁ ପ୍ରଥମେ ଏହାକୁ ଉପଲବ୍ଧ କରାଯାଉଛି । ଇଂରାଜୀ କିମ୍ବା ହିନ୍ଦୀ ଲିପିରେ ଥିବା ଟ୍ରେନ ଟିକେଟ ପଢିବାକୁ ସକ୍ଷମ ନ ଥିବା ରେଳଯାତ୍ରୀଙ୍କ ଲାଗି ଓଡ଼ିଆ ଲିପି ସହାୟକ ହେବ ବୋଲି ରେଲଓ୍ବେ ପକ୍ଷରୁ ସୂଚନା ରହିଛି। 

No comments:

Post a Comment