Welcome To BN News . Always With Common People .

Breaking

Thursday, 14 March 2019

ଧରାପଡିଲା ୮ କମ୍ପାନୀର ୨୨୪ କୋଟି ଜିଏସ୍‌ଟି ଫାଙ୍କି



ଜିଏସ୍‌ଟି ଅଧିକାରୀମାନେ ୨୨୪ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ଧରିପାରିଛନ୍ତି। ୮ କମ୍ପାନୀଙ୍କ ଏକ ସମୂହ ଏହି ଟିକସ ଫାଙ୍କି ଥିଲେ। ସେମାନେ ୧୨୮୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ତିଆରି କରିଥିଲେ। ହାଇଦ୍ରାବାଦ୍‌ କେନ୍ଦ୍ରୀୟ ଜିଏସ୍‌ଟି ଆୟୁକ୍ତ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହିତ ତାଙ୍କଠାରୁ ୧୯.୭୫ କୋଟି ଟଙ୍କା ଜବତ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ମଙ୍ଗଳବାର ରାତିରେ ୮ଟି କମ୍ପାନୀର ମାଲିକଙ୍କ ଘର ଓ କାର୍ଯ୍ୟାଳୟରେ ଖାନ୍‌ତଲାସୀ କରାଯିବା ବେଳେ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି। ଲୁହା ଓ ଇସ୍ପାତ ଉଦ୍ୟୋଗ ସହ ଉକ୍ତ କମ୍ପାନୀଗୁଡ଼ିକ ଜଡ଼ିତ। ସେମାନେ ଟିଏମ୍‌ଟି ଲୁହାଛଡ଼ ବାସ୍ତବରେ ନ ଯୋଗାଇ ୧୨୮୯ କୋଟି ଟଙ୍କାର ଜାଲ୍‌ ବିଲ୍‌ ତିଆରି କରି ୨୨୪ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ନେଇଥିଲେ।

No comments:

Post a Comment