Welcome To BN News . Always With Common People .

Breaking

Thursday, 14 March 2019

୧୯ ରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକକୁ ନିର୍ବାଚନ କମିଶନ(ଇସି)ଙ୍କ ଅନୁମତି



ରିଏଲ ଇଷ୍ଟେଟ ସେକ୍ଟରରେ ଜିଏସ୍‌ଟି ହ୍ରାସ ସହ ଅନ୍ୟ କେତେକ ପ୍ରସଙ୍ଗରେ ନିଷ୍ପତ୍ତି ନେବା ଲାଗି ଆସନ୍ତା ୧୯ରେ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ ବସିବାକୁ ଯାଉଛି। ତେବେ ଏହି ବୈଠକକୁ ନିର୍ବାଚନ କମିଶନ(ଇସି) ସବୁଜ ସଙ୍କେତ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ। ବୈଠକ ନେଇ ଅନୁମତି ମିଳିବା ପରେ ଜିଏସ୍‌ଟି କାଉନ୍‌ସିଲ୍‌ ସେକ୍ରେଟାରିଏଟ ପକ୍ଷରୁ ୩୪ତମ ବୈଠକ ଲାଗି ରାଜ୍ୟଗୁଡ଼ିକୁ ନୋଟିସ ପଠାଯାଇଛି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରବିବାରଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଉକ୍ତ ବୈଠକ ନେଇ ଇସିଙ୍କ ଅନୁମତି ନେବା ଆବଶ୍ୟକ ଥିଲା। ପୂର୍ବ ବୈଠକରେ ନିର୍ମାଣାଧୀନ ଘର ଉପରେ ୫% ଏବଂ ସୁଲଭ ଘର ଉପରେ ୧% ଜିଏସ୍‌ଟି ଆଦାୟ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହା ଏପ୍ରିଲ ପହିଲାରୁ ଲାଗୁ ହେବ। ବର୍ତ୍ତମାନ ଇନପୁଟ ଟ୍ୟାକ୍ସ କ୍ରେଡିଟ ସହ ରିଏଲିଟି ସେକ୍ଟରରେ ୧୨% ଜିଏସ୍‌ଟି ଆଦାୟ କରାଯାଉଛି।

No comments:

Post a Comment