Welcome To BN News . Always With Common People .

Breaking

Monday 1 April 2019

'ପିଏମ ନରେନ୍ଦ୍ର ମୋଦୀ' ନିର୍ମାତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତୀ



ନୂଆଦିଲ୍ଲୀ, ଏପ୍ରିଲ ୦୧ :
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ଉପରେ ନିର୍ମିତ ହୋଇଥିବା ଫିଲ୍ମୀକୁ ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତୀ ମିଳିଛି । ଫିଲ୍ମର ନିର୍ମାତାମାନଙ୍କ ଆଶ୍ୱସ୍ତୀ ପ୍ରଦନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ସୋମବାର ଦିନ ଦିଲ୍ଲୀ ହାଇକୋର୍ଟ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବା ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାକୁ ରଦ୍ଦ କରିଛନ୍ତି ।
ଏହି ଜନସ୍ୱାର୍ଥ ମାମଲା ପଏମ ନରେନ୍ଦ୍ର ମୋଦୀ ମୁଭିର ରିଲିଜ ତାରିଖ ଉପରେ ରୋକ ଲଗାଇବାକୁ କରାଯାଇଥିଲା । ସାଧାରଣ ନିର୍ବାଚନ ସମୟରେ ଏହି ମୁଭି ନିର୍ବାଚନ ଆରଣ ସଂହିତାର ଉଲଂଘନ କରୁଛି ବୋଲି ଉଲ୍ଲେଖ କରାଯାଇଥିଲା । ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଥିଲା ଯେ ଏହା ନିର୍ବାଚନ ଆଚରଣ ସଂହିତାର ଉଲଂଘନ ଏବଂ ଏହି ଫିଲ୍ମ ଦ୍ୱାରା ଭୋଟର ମାନେ ପ୍ରଭାବିତ ହେବେ । ଏହିପରି ଜନସ୍ୱାର୍ଥ ମାମଲା ଆହ୍ଲାବାଦ ହାଇକୋର୍ଟ ଏବଂ ବୋମ୍ବେ ହାଇକୋର୍ଟରେ ମଧ୍ୟ ରୁଜୁ କରାଯାଇଛି ।

No comments:

Post a Comment