Welcome To BN News . Always With Common People .

Breaking

Tuesday 12 March 2019

ପିଲାଙ୍କୁ ଇଂରାଜୀ,ହିନ୍ଦୀ ଶିଖାଇବ ଗୁଗଲର ନୂଆ "ବୋଲୋ" ଆପ




ଇଂଲିସ କହିବାକୁ ପ୍ରାୟତଃ ସମସ୍ତେ ଚାହାଁନ୍ତି । ଏହି ଇଚ୍ଛା ଦିନକୁ ଦିନ ବଢିବାରେ ଲାଗିଛି । ଆଜିର ଯୁବପିଢି ମଧ୍ୟ ଇଂଲିସ ଶିଖିବା ପାଇଁ ଚାହୁଁଥିବା ଦେଖିବାକୁ ମିଳୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଆଗାମୀ ପିଢି, କାରଣ ଆଜି ସମସ୍ତେ ଚାହାଁନ୍ତି କି ତାଙ୍କ ପିଲାମାନେ ଭଲ ଇଂଲିସ କୁହନ୍ତୁ । ଏହି ଆଗ୍ରହକୁ ନଜରରେ ରଖି ଗୁଗୁଲ ଆଣିଛି ନୂଆ ଆପ୍ ।
ବିଶ୍ୱର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଇଂଲିସ ଶିଖାଇବା ପାଇଁ ଆଜି ଏକ ଆପ୍ ଲଞ୍ଚ୍ କରିଛି । ଏହି ଆପ୍ ର ନାମ ରଖାଯାଇଛି 'ବୋଲୋ' । ଏହି ଆପ୍ଲିକେସନ ମାଧ୍ୟମରେ ପିଲାମାନଙ୍କୁ ହିନ୍ଦୀ ଓ ଇଂଲିସ ଶିଖିବା ସହଜ ହେବ । ଶବ୍ଦଗୁଡିକର ଉଚାରଣରେ ମଧ୍ୟ ଏହି ଆପ୍ଲିକେସନ ସାହାଯ୍ୟ କରିବ । ଏହି ଆପ୍ଲିକେସନକୁ ସର୍ବପ୍ରଥମେ ଭାରତରେ ହିଁ ଲଞ୍ଚ୍ କରାଯାଇଛି ।
ଏହି ଆପ୍ଲିକେସନ ଅଫଲାଇନରେ ମଧ୍ୟ ଚାଲିବ । କୌତୁହଳ ସହିତ ପିଲାମାନଙ୍କୁ ଉଭୟ ହିନ୍ଦୀ ଓ ଇଂଲିସ ଶିଖିବାରେ ଏହା ସାହାଯ୍ୟ କରିବ । ମନୋରଂଜନ ଶୈଳୀରେ ପିଲାମାନଙ୍କୁ ଏହି ଆପରେ ଶିଖିବାକୁ ମିଳୁଥିବାରୁ ପିଲାମାନେ ସହଜରେ ଇଂଲିସ ଓ ହିନ୍ଦୀ ଶିଖିପାରିବେ ।


ଗ୍ରାମୀଣ କ୍ଷେତ୍ରର ପିଲାଙ୍କୁ ଇଂରାଜୀ ଏବଂ ହିନ୍ଦୀ ପଢ଼ିବା ଶିଖାଇବା ଉଦ୍ଦେଶ୍ୟରେ ଗୁଗଲ ଏଣ୍ଡ୍ରୟଡ ପ୍ଲାଟଫର୍ମରେ ନିଜର ଏକ ନୂଆ ଆପ "ବୋଲୋ" ଲଞ୍ଚ କରିଛି।ସର୍ବ ପ୍ରଥମେ ଭାରତରେ ଲଞ୍ଚ କରାଯାଇଥିବା ଏହି ଆପ ଅଫ ଲାଇନ ମଧ୍ୟ କାମ କରିବ।ଗୁଗଲର ସ୍ପିଚ ରିକଗ୍ନିସନ ଏବଂ ଟେକ୍ସ୍ଟ -ଟୁ-ସ୍ପିଚ ଟେକ୍ନୋଲୋଜିରେ ସୁସଜିତ ଏହି ଆପରେ "ଦିୟା" ନାମକ ଏନିମେଟେଡ କ୍ୟାରେକ୍ଟର ପିଲାଙ୍କୁ ପଢ଼ିବା ଶିଖାଇବ

No comments:

Post a Comment