ମା ଓ ଶିଶୁଙ୍କ ସୁରକ୍ଷା ପାଇଁ ସରକାର ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଦେଉଥିବା ବେଳେ ବିଭିନ୍ନ ସମୟରେ ନିମ୍ନ ମାନର ଖାଦ୍ୟ ଦିଆ ଯାଉଥିବା ସହ ସାମଗ୍ରୀ ବାଟମାରଣା ହେଉଥିବା ଅଭିଯୋଗ ମଧ୍ୟ ହେଇଆସୁଛି। ବର୍ତ୍ତମାନ ଏମିତି ଏକ ଘଟଣା ପୁଣି ସାମ୍ନାକୁ ଆସିଛି।
ସୂଚନା ମୁତାବକ ବାଲିଗୁଡା, ତୁମୁଡିବନ୍ଧ ଓ ରାଇକିଆ ସମେତ ୭ ଟି ବ୍ଲକ ର ଅଙ୍ଗନୱାଡ଼ି କେନ୍ଦ୍ରକୁ ତାରିଣୀ ଏଣ୍ଟରପ୍ରାଇଜ ନାମକ ଏକ ଟ୍ରାନ୍ସଫର କମ୍ପାନୀ ଚାଉଳ ଯୋଗାଇ ଆସୁଛି. ନିୟମାନୁଯାଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଚାଉଳ ଗୋଦାମରୁ ବାହାରି ସିଧାସଳଖ ଅଙ୍ଗନବାଡ଼ି କେନ୍ଦ୍ରରେ ପହଁଚିବା କଥା। କିନ୍ତୁ ଗୋଦାମରୁ ଚାଉଳ ବାହାର କରି ଅନ୍ୟ ଏକ ଘରୋଇ ଗୋଦାମ ଗୃହରେ ଚାଉଳ ରଖାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଡିଲର ଜଣକ କ.ନୂଆଗାଁ ଏଫସିଆଇ ଗୋଦାମରୁ ଚାଉଳ ଆଣି ବାଲିଗୁଡାର ଏକ ଘରୋଇ ଗୋଦାମ ଘରେ ଚାଉଳ ରଖୁଥିବା ଦେଖିବାକୁ ମିଳିଛି।ଯାହା ପରବର୍ତ୍ତୀ ସମୟରେ ବାଟମାରଣା ସହ ଅନୈତିକ କାର୍ଯ୍ୟ ପାଇଁ ସହାୟକ ହୋଇପାରିବା ନେଇ ସନ୍ଦେହ ଦେଖାଦେଇଛି। ତେବେ ଘଟଣା ସମ୍ପର୍କରେ ଡ୍ରାଇଭର କିଛି ଜଣିନଥିବା କହିଥିବା ବେଳେ, କ୍ରିଷ୍ଣା ଟ୍ରାନ୍ସପୋର୍ଟ କହିଛି କେବଳ ଗୋଦାମରୁ ବାଲିଗୁଡା ଆମେ ଭଡାରେ ଆଣିଛୁ ଆମର ଆଉ କିଛି ଦାୟିତ୍ୱ ନାହିଁ, କିନ୍ତୁ ଗୋଦାମ ରୁ ବାହାରିବା ସମୟ ରେ କେଉଁ ଗାଡି ନା ରେ ଓ କେଉଁ ଆଡେ ଯାଉଛି ତାର କିଛି ମଧ୍ୟ ପ୍ରଣାମ ମିଳିନାହିଁ, ଏ ସମ୍ପର୍କ ରେ ବାଲିଗୁଡା ଉପଖଣ୍ଡ ସମାଜ ସୁରକ୍ଷା ଅଧିକାରୀ ହରିଶ ପ୍ରଧାନଙ୍କୁ ପଚାରିବାରୁ ସେ ଏବିଷୟରେ ଅଜ୍ଞଥିବା ସହ ସେପଟେ ଗୋଦାମରୁ ଚାଉଳ ବାହାରି ସିଧା କେନ୍ଦ୍ରରେ ପହଁଚିବା କଥା, କିନ୍ତୁ ଏପରି ଅନ୍ୟ ଗୋଦାମରେ କେମିତି ଗଛିତ ହେଉଛି, ତାହା ତଦନ୍ତ କଲେ ଜଣାପଡିବ ବୋଲି କହିଛନ୍ତି।
ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ମନସ୍ୱନୀ ମିଶ୍ର କହିଛନ୍ତି ଯେ, ଏ ସମ୍ପର୍କ ରେ ମୋ ପାଖରେ କିଛି ଖବର ନାହିଁ, ବୁଝିବା ପରେ ଜଣାପଡିବ। ତେଵେ ସୂଚନା ମୁତାବକ ଏହି ଯୋଗାଣ ଟ୍ରାନ୍ସପୋର୍ଟ କମ୍ପାନୀ ଠିକ ଭାବେ ଠିକ ସମୟ ରେ କେନ୍ଦ୍ରକୁ ଚାଉଳ ଦେଉନଥିବା ଏବଂ ଓଜନ କମ ଦେଉଥିବା ମଧ୍ୟ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଏହାର ଏକ ନିରପେକ୍ଷ ତଦନ୍ତ ହେବା ଦରକାର ବୋଲି ଦାବି ହୋଇଛି।
No comments:
Post a Comment