Welcome To BN News . Always With Common People .

Breaking

Sunday 16 February 2020

ଏପରି ମିଳୁଛି ମଧ୍ୟାହ୍ନ ଭୋଜନ; ସୁଷମ ଖାଦ୍ୟ ବଦଳରେ ପିଲା ଖାଉଛନ୍ତି ଖାଲି ଭାତ

"କ'ଣ ଖାଉଛୁ?" ଏହି ପ୍ରଶ୍ନର ଉତ୍ତରରେ ଗୋଟିଏ କୁନି ଝିଅ କହିଲା ଭାତ ଆଉ ଶାଗ। ହେଲେ ଶାଗ କାହିଁ ଦେଖାଇବାକୁ କହିଲାରୁ ପିଲାଟି ବାଲୁ ବାଲୁ ହୋଇ ଅନାଇଲା। କାରଣ ପିଲାଟିର ପ୍ଲେଟରେ ଥିଲା କେବଳ ଭାତ। ଅଙ୍ଗନୱାଡି ୟୁନିଫର୍ମରେ ଥିବା କୁନି ପିଲାଟି ଏକ ପ୍ଲେଟରେ ଖାଲି ଭାତ ଧରି ବୁଲି ବୁଲି ଖାଉଥିଲା। କେନ୍ଦ୍ର ପକ୍ଷରୁ ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଖାଲି ଭାତ ଦିଆଯାଇଥିବା ବେଳେ ତା' ସହ ଆଉ କିଛି ଦିଆଯାଇ ନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମଧ୍ୟାହ୍ନ ଭୋଜନର ମାନ ପରୀକ୍ଷା କରିବାକୁ ମନ୍ତ୍ରୀ, ସଚିବମାନେ ତୁହାକୁ ତୁହା ଗାଁ ଗଣ୍ଡା ତଥା ଉପାନ୍ତ ଅଞ୍ଚଳରେ ଥିବା ସ୍କୁଲ ଗସ୍ତ କରୁଛନ୍ତି। ପିଲାଙ୍କ ଗହଣରେ ବସି ନିଜେ ମଧ୍ୟାହ୍ନ ଭୋଜନ ଖାଇବା ସହ ଏହାର ମାନ ପରଖୁଛନ୍ତି। ହେଲେ ଏହାସତ୍ତ୍ୱେ ଚେତୁ ନାହାନ୍ତି ଦାୟିତ୍ୱରେ ଥିବା କିଛି ଅଧିକାରୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ବିଭିନ୍ନ ଉପାନ୍ତ ଆଦିବାସୀ ଅଞ୍ଚଳରେ ସୁଷମ ଖାଦ୍ୟ ବଦଳରେ ପିଲାଙ୍କୁ ଖାଲି ଭାତ ଖାଇବାକୁ ଦିଆଯାଉଛି।
ଆହୁରି କେତେକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ଛାତ୍ରଛାତ୍ରୀ ମାନେ ଘରୁ ଆଚାର, ମିକଚର ଓ ତରକାରୀ ଆଣି ଖାଉଥିବା ବିଷୟ କେତେକ ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି। ଛାତ୍ରଛାତ୍ରୀ ଗୋଟିଏ ହାତରେ ସ୍କୁଲ୍‌ବ୍ୟାଗ୍‌ଓ ଅଙ୍ଗନଓ୍ୱାଡି ୟୁନିଫର୍ମ ପିନ୍ଧି ଜଣେ ଛାତ୍ରୀ ଅନ୍ୟ ଏକ ହାତରେ ଖାଲି ଭାତ ଥାଳି ଧରିଥିବା ବିଷୟ ଦେଖିବାକୁ ମିଳିଛି। ବାଲିଗୁଡା ଉପଖଣ୍ଡର ଅଧିକାଂଶ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରରେ ଏପରି ଦେଖିବାକୁ ମିଳିଛି।ଏଥି ପ୍ରତି ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଅଞ୍ଚଳବାସିଙ୍କ ତରଫରୁ ପ୍ରବଳ ଦାବି ହେଉଛି।


No comments:

Post a Comment