Welcome To BN News . Always With Common People .

Breaking

Monday 3 February 2020

ଆଜିଠୁ ବେଆଇନ କଲ୍ୟାଣ ମଣ୍ଡପ ସିଲ କରିବ



ବିନା ବିଲ୍ଡିଂ ପ୍ଲାନ୍‌, ଟ୍ରେଡ୍‌ ଲାଇସେନ୍ସ, ଆବର୍ଜନା ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ନଥିବା କଲ୍ୟାଣ ମଣ୍ଡପଗୁଡ଼ିକୁ ଆଜିଠୁ ସିଲ୍‌ କରିବ ବିଏମ୍‌ସି। ପୂର୍ବରୁ ୮୦ଟି କଲ୍ୟାଣ ମଣ୍ଡପକୁ ବିଏମ୍‌ସି ପକ୍ଷରୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା, ଯାହାର ସମୟ ଶେଷ ହୋଇଛି। ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ୍‌ ବେଆଇନ କଲ୍ୟାଣ ମଣ୍ଡପ ସିଲ କରିବ।
ଭୁବନେଶ୍ଵରର ୩ଟି ଜୋନ୍‌ରେ ମୋଟ୍‌ ୮୦ଟି କଲ୍ୟାଣ ମଣ୍ଡପ ଚିହ୍ନଟ ହୋଇଛି। ଗତ ଜାନୁଆରି ୩୧ ଡେଡ୍‌ଲାଇନ୍‌ ଥିଲା। ଆଜିଠୁ ଜାନୁଆରି ୭ ପର୍ଯ୍ୟନ୍ତ ମଣ୍ଡପ ସିଲ୍‌ ଚାଲିବ।
ତେବେ ଆଜିଠୁ ମଣ୍ଡପଗୁଡ଼ିକୁ ବନ୍ଦ କରିବାକୁ ବିଏମ୍‌ସି ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ବିଏମ୍‌ସି ୫ଟି କଲ୍ୟାଣ ମଣ୍ଡପ ସିଲ୍‌ କରିବାକୁ ଯୋଜନା କରିଛି। ସହିଦନଗର ଥାନା ଅଧୀନରେ ଗୋଟିଏ, ଚନ୍ଦ୍ରଶେଖର ପୁର ଓ ଇନ୍‌ଫୋସିଟି ଥାନା ଅଧୀନରେ ତିନୋଟି, ଖଣ୍ଡଗିରି ଥାନା ଅଧୀନରେ ଗୋଟିଏ କଲ୍ୟାଣ ମଣ୍ଡପ ସିଲ୍‌ ହେବ।
ଲଗାତାର ତିନି ଦିନ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ କଳ୍ୟାଣମଣ୍ଡପ ସିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି।

No comments:

Post a Comment