Welcome To BN News . Always With Common People .

Breaking

Monday 3 February 2020

ଓଡ଼ିଶାରେ ଆଉ ଜଣେ କୋରୋନା ସନ୍ଦିଗ୍ଧ, ଏସ୍‌ସିବିରେ ଭର୍ତ୍ତି



ଓଡ଼ିଶାରେ ଧୀରେ ଧୀରେ ଆତଙ୍କ ସୃଷ୍ଟି କରୁଛି କୋରୋନା ଭାଇରସ। ଫୁଲବାଣୀ ପରେ ଏବେ ଆଉ ଜଣଙ୍କୁ ସନ୍ଦେହରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ସନ୍ଦିଗ୍ଧ ହେଉଛନ୍ତି ଜଣେ ଛାତ୍ରୀ। କରୋନା ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି।
ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚକୁ ପଠାଯିବ। ତା' ପରେ ନମୁନାକୁ ପୁନେସ୍ଥିତ ନାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭ‌ାଇରୋଲୋଜିକୁ ପଠାଯିବ। ଛାତ୍ରୀଙ୍କ ସହିତ ତାଙ୍କ ସ୍ୱାମୀ ଆସିଥିବାରୁ ଅନୁଧ୍ୟାନ ପାଇଁ ତାଙ୍କୁ ମଧ୍ୟ ଏସ୍‌ସିବିରେ ରଖାଯାଇଥିବା ଜଣାପଡ଼ିଛି।
ଛାତ୍ରୀ ଜଣକ ଉହାନ ୟୁନିଭର୍ସିଟିରେ ପଢ଼ୁଥିଲେ। ଚୀନରେ କୋରୋନା ଭାଇରସ ବ୍ୟାପିବା ପରେ ସେ ଓଡ଼ିଶାକୁ ଆସିଥିଲେ। ତା'ପରେ ସେ ଅସୁସ୍ଥ ହୋଇଥିଲେ। ସେଥିପାଇଁ ସନ୍ଦେହରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

No comments:

Post a Comment