Welcome To BN News . Always With Common People .

Breaking

Monday 3 February 2020

ଏବେ ଅନଲାଇନରେ ମିଳିବ ମଦ

ଏବେ ଚାଲିଛି ଅନଲାଇନ ଯୁଗ । ଘରେ ବସି ସବୁ ଜିନିଷ ଆମେ ପାଇପାରୁଛୁ । ତେବେ ଏବେ ଖାଦ୍ୟ ଭଳି ମଦ ବି ଆପଣଙ୍କ ଘରେ ଆସି ପହଂଚିଯିବ । ଏମିତି କିଛି ଯୋଜନା ଆଣିବାକୁ ଯାଉଛନ୍ତି ପଞ୍ଜାବ ସରକାର । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏଭଳି କିଛି ଯୋଜନାକୁ ମଞ୍ଜୁରୀ ମିଳିଛି ।
ସୂଚନା ଅନୁସାରେ, ମଦର ହୋମ୍ ଡେଲିଭରି ହେବାର ପ୍ରସ୍ତାବକୁ କେବଳ ପଞ୍ଜାବର ମୋହାଲି ଠାରେ ଲାଗୁ କରିବା ପାଇଁ ବିଚାର କରାଯାଉଛି ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମଦର ଅନଲାଇନ୍ ବିକ୍ରି ସେତେବେଳେ କରାଯିବ, ଯେତେବେଳେ ସହରରେ ମଦ ବିକ୍ରି କରିବାର ଲାଇସେନ୍ସ ରଖିଥିବା ପ୍ରତିଟି ମଦଦୋକାନୀ ଏହି ପ୍ରସ୍ତାବକୁ ବିରୋଧ ନକରିବେ । ଯଦି ଜଣେ ବି କିଏ ଏହାକୁ ବିରୋଧ କରିବେ, ତେବେ ଏହାକୁ ଲାଗୁ କରାଯିବ ନାହିଁ ।
ଆଉ ସବୁଠାରୁ ବଡ କଥା ହେଉଛି, ଯଦି ବି ଏହି ଯୋଜନା ଲାଗୁ ହୁଏ, ତେବେ ଆପଣ ହୋମ ଡେଲିଭରିରେ ଦୋକାନ ମୂଲ୍ୟରେ ମଦ କିଣିପାରିବେ ନାହିଁ । ଏଥିପାଇଁ ଗ୍ରାହକଙ୍କ ଠାରୁ ଅତିରିକ୍ତ ଟଙ୍କା ଡେଲିଭରି ଚାର୍ଜ ହିସାବରେ ନିଆଯିବ ।


No comments:

Post a Comment