Welcome To BN News . Always With Common People .

Breaking

Monday 3 February 2020

ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନଲାଇନରେ ଦାଖଲ କରିପାରିବେ କାଗଜପତ୍ର


ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ପଡୁଥିବା କାଗଜପତ୍ରକୁ ଦାଖଲ କରିବାକୁ ଆଉ ଆରଟିଓ ଅଫିସ୍ ଦୌଡ଼ିବାକୁ ପଡ଼ିବନି। ଘରେ ବସି ଅନଲାଇନରେ ଆପଣ ସମସ୍ତ କାଗଜପତ୍ର ଦାଖଲ କରିପାରିବେ। ଫେବ୍ରୁଆରି ୧ ତାରିଖର ପରିବହନ ବିଭାଗ ଏଭଳି ନୂଆ ବ୍ୟବସ୍ଥା ଆରମ୍ଭ କରିଛି।
ଏହା ପୂର୍ବରୁ ଲୋକମାନେ ଅନଲାଇନ୍ ଜରିଆରେ ଲାଇସେନ୍ସ ପାଇଁ ଆବେଦନ କରୁଥିଲେ ମଧ୍ୟ ଏଥିପାଇଁ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ଆରଟିଓ ଅଫିସ ଯିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ଲୋକଙ୍କୁ ଆଉ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଅନଲାଇନରେ ଘରି ବସି ଆପଣ ସବୁ ଡକ୍ୟୁମେଣ୍ଟ ଦାଖଲ କରିପାରିବେ।


ପ୍ରତି ଡକ୍ୟୁମେଣ୍ଟକୁ ସ୍କାନ୍ କରି ପିଡିଏପ୍ କିମ୍ବା ଜେପିଜି ଫମାର୍ଟରେ ଏହାକୁ ଅପଲୋଡ୍ କରହେବ। ଉଭୟ ଲର୍ଣ୍ଣିଂ ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଏହା ହୋଇପାରିବ।

No comments:

Post a Comment