Welcome To BN News . Always With Common People .

Breaking

Monday 3 February 2020

ଢେଙ୍କାନାଳରେ ପାଣି ପାଇଁ ଆନ୍ଦୋଳନ - ଗରା, ବାଲ୍‌ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା



ଖରାଦିନ ନହେଉଣୁ ପାଣି ପାଇଁ ଆନ୍ଦୋଳନ କଲେଣି ଲୋକେ। ଏମିତି ଘଟଣା ଢେଙ୍କାନାଳ ଭାପୁରରେ ଦେଖିବାକୁ ମିଳିଛି। ମହିଳାମାନେ ଗରା ବାଲ୍‌ଟି ଧରି ପାନୀୟ ଜଳ ଦାବିରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଗାଡ଼ି ମଟର ଚଳାଚଳ ବନ୍ଦ ରହିଛି।
ଢେଙ୍କନାଳ ମୁନ୍‌ସିପାଲଟି ୯ ଓ୍ୱାର୍ଡ ବାସୀନ୍ଦା ଦୀର୍ଘଦିନରୁ ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଓ୍ୱାର୍ଡର ୧ ହଜାରୁ ଅଧିକ ଲୋକେ ରହୁଥିଲେ ମଧ୍ୟ ଗୋଟିଏ ବି ନଳକୂପ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ଲୋକ ବାରମ୍ବାର ଅଭିଯୋଗ କରିଥିଲେ ବି ସମସ୍ୟାର ସମାଧାନ ହେଉନାହିଁ। ଶେଷରେ ଉପାୟ ଶୂନ୍ୟ ହୋଇ ମହିଳାମାନେ ରାସ୍ତାରୋକ କରୁଛନ୍ତି।

No comments:

Post a Comment