Welcome To BN News . Always With Common People .

Breaking

Monday 3 February 2020

ପ୍ରଥମରୁ ୨୦୨୦-୨୧ ବର୍ଷ ପାଇଁ ଦାବି କରାଯାଇଥିବା ବିଦ୍ୟୁତ ମୂଲ୍ୟ ବୃଦ୍ଧିକୁ ଉପଭୋକ୍ତା ମହାସଂଘର ତୀବ୍ର ବିରୋଧ



ଭୁବନେଶ୍ୱର : ଆଜି ଦିନ ୧୧ ଟା ବେଳେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ OERC ତାହାର ପ୍ରଥମ ବିଦ୍ୟୁତ ଶୁଳ୍କ ମୂଲ୍ୟ ବୃଦ୍ଧି ସଂକ୍ରାନ୍ତୀୟ ଜଳ ବିଦ୍ୟୁତ ନିଗମ OHPC ର ପେଟିସନ ଉପରେ ଜନଶୁଣାଣୀ ଆରମ୍ଭ କରିଥିଲେ । ଜଳ ବିଦ୍ୟୁତ ନିଗମ ତରଫରୁ ଅର୍ଥ ବିଭାଗର ଡ଼ାଇରେକ୍ଟର ଶ୍ରୀଯୁକ୍ତ ମହାନ୍ତି ଦାବି ଉପସ୍ଥାପନ କରି କହିଲେ ଯେ , ଜଳ ବିଦ୍ୟୁତ ନିଗମ ଅଧୀନରେ ଥିବା ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ଥିବା ଯନ୍ତ୍ରପାତି ଗୁଡିକର ବୟସ (Life of the machines) ଅଧିକ ଦିନ ହୋଇଯାଇଥିବାରୁ ସେଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଅର୍ଥର ଆବଶ୍ୟକତା ରହିଛି । ସେହିସବୁ ଅର୍ଥର ଆବଶ୍ୟକତାକୁ ପୁରଣ କରିବା ପାଇଁ OHPCର ଉତ୍ପାଦିତ ହେଉଥିବା ବିଦ୍ୟୁତ ମୂଲ୍ୟ ବୃଦ୍ଧି ହେବାର ଆବଶ୍ୟକତା ରହିଛି । ଏହାର ଦୃଢ ବିରୋଧ କରି ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥି ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ , ଜଳ ବିଦ୍ୟୁତ ନିଗମ ଗଠିତ ହେବା ଦିନ ଠାରୁ ଆଜିପର୍ଯ୍ୟନ୍ତ ଭିତରେ ୨୫ ବର୍ଷ ବିତିଯାଇଥିଲେ ମଧ୍ୟ ଗୋଟିଏ ହେଲେ ନୂତନ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହୋଇ ନପାରିବା ଏକ ଦୁର୍ଭାଗ୍ୟର ବିଷୟ । ରାଜ୍ୟସରକାରଙ୍କର ଏହା ନିଜସ୍ୱ କମ୍ପାନୀ ହୋଇଥିବାରୁ ସରକାର ଏହି କର୍ପୋରେସନ ପ୍ରତି ଯଥେଷ୍ଟ ଗୁରୁତ୍ୱାରୋପ ନକରିବା ଫଳରେ ଯୋଗ୍ୟ ଲୋକର ଅନେକ ଅଭାବ ରହିଛି । ସୋଭେନ କାନୁନଗୋ ରିପୋର୍ଟ ଆଧାରରେ ଆଜିପର୍ଯ୍ୟନ୍ତ ଜଣେ ଫୁଲ ଟାଇମ CMD OHPC ରେ ନିଯୁକ୍ତି ଦିଆଯାଇପାରିଲା ନାହିଁ । ଯାହାଫଳରେ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବା ପରିବର୍ତ୍ତେ ଦିନକୁ ଦିନ ଖରାପ ହେବାରେ ଲାଗିଛି । ରାଜ୍ୟସରକାର ଜଳ ବିଦ୍ୟୁତ ନିଗମକୁ ଥର୍ମାଲ ପାୱାର କମ୍ପାନୀରେ ଅର୍ଥ ବିନିଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି ।

ଯାହାଫଳରେ OTPCL ରେ OHPC ୧୪୦ କୋଟି ଟଙ୍କା ନିବେଶ କରିଛି । ସେହିପରି OCPL ରେ ମଧ୍ୟ ଅର୍ଥ ବିନିଯୋଗ କରାଯାଇଛି । ଯାହାର ଅର୍ଥ ହେଲା ଜଳ ବିଦ୍ୟୁତ ଛାଡି OHPC କୁ ଅନ୍ୟତ୍ର ନିୟୋଜିତ କରି ସରକାର ଫାଇଦା ଉଠାଇବାରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ଜଳ ବିଦ୍ୟୁତ ନିଗମର ପେଟିସନକୁ ଖାରଜ କରିବାକୁ ଶ୍ରୀ ଶତପଥି ଦାବି କରିଛନ୍ତି ।

ସେ କହିଛନ୍ତି ଯେ ,ଜଳ ବିଦ୍ୟୁତ ନିଗମ ଏକ ଲାଭଜନକ ସଂସ୍ଥା । ବର୍ତ୍ତମାନ ଏହାର ୬୬୨ କୋଟି ଟଙ୍କା ଫିକ୍ସଡ ଡିପୋଜିଟ ରହିଛି । ସେହିପରି ଚଳିତ ମାସରେ ସରକାର ଏହାର ଲାଭାଂଶ ୩୧ କୋଟି ୫୮ ଲକ୍ଷ ଟଙ୍କା ନେଇଛନ୍ତି । ଏହି ଦୃଷ୍ଟିରୁ OHPC ଦାବି କରିଥିବା ୯୫ ପଇସା ୟୁନିଟ ପିଛା ମୂଲ୍ୟକୁ ଗ୍ରହଣ ନକରି OERC ପ୍ରଚଳିତ ୟୁନିଟ ପିଛା ମୂଲ୍ୟ ୮୮ ପଇସାରୁ ୮ ପଇସା କମାଇ ୮୦ ପଇସାରେ ଧାର୍ଯ୍ୟ କରିବାକୁ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆସନ୍ତାକାଲି ଦିନ ୧୧ ଟା ବେଳେ OPGC ର ପେଟିସନ ଉପରେ ଶୁଣାଣି ହେବ ।

No comments:

Post a Comment