Welcome To BN News . Always With Common People .

Breaking

Sunday 31 March 2019

୨୩୦ ଦେଶ ମଧ୍ୟରୁ ଭାରତରେ ଶସ୍ତା ଇଣ୍ଟରନେଟ୍‌: ୧୮ ଟଙ୍କାରେ ୧ ଜିବି ଡାଟା



ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୩: ପୃଥିବୀର ୨୩୦ ଦେଶ ମଧ୍ୟରୁ ଭାରତରେ ଇଣ୍ଟରନେଟ୍‌ ଡାଟା ଶସ୍ତା। ସମ୍ପ୍ରତି ଦେଶରେ ୧ ଜିବି ଡାଟାର ମୂଲ୍ୟ ୧୮ଟଙ୍କା ୫୦ ପଇସା ରହିଛି। କେବୁଲ୍‌ ଡଟ୍‌ କୋ ଡଟ୍‌ ୟୁକେ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା ଉଲ୍ଳେଖ ରହିଛି। ଭାରତ ପଛକୁ ଦ୍ୱିତୀୟ ସ୍ଥାନରେ କିରଗୀଜ୍‌ସ୍ତାନ ରହିଛି। ଏଠାରେ ୧ ଜିବି ଡାଟା ପାଇଁ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କୁ ୧୮.୭୭ କେଜିଏସ୍‌ ଦେବାକୁ ପଡ଼ିଥାଏ। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୮ଟଙ୍କା ୬୧ ପଇସା। ତାଲିିକାର ତୃତୀୟ ସ୍ଥାନରେ କାଜିକସ୍ତାନ ରହିଛି। ଏଠାରେ ୧ ଜିବି ଇଣ୍ଟରନେଟ୍‌ ଡାଟାର ମୂଲ୍ୟ ୧୮୬.୧୪ କେଜେଡ୍‌ଟି ରହିଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୩୪ ଟଙ୍କା ୧୭ ପଇସା। ତାଲିକାରେ ଆମେରିକା, ଚାଇନା, ଫ୍ରାନ୍ସ, ବ୍ରିଟେନ୍‌ ଆଦି ଦେଶକୁ ଭାରତ ପଛରେ ପକାଇ ଦେଇଛି। ଏହି ତାଲିକାର ଚତୁର୍ଥ ସ୍ଥାନରେ ୟୁକ୍ରେନ୍‌ ରହିଛି। ଏଠାରେ ୧ ଜିବି ଡାଟା ପାଇଁ ବ୍ୟବହାରକାରୀଙ୍କୁ ୩୫ ଟଙ୍କା ୫୫ ପଇସା ଦେବାକୁ ପଡୁଛି।

No comments:

Post a Comment