Welcome To BN News . Always With Common People .

Breaking

Friday 15 March 2019

ନ୍ୟୁଜିଲାଣ୍ଡର ମସଜିଦରେ ଗୁଳି ବର୍ଷା, ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି



ନ୍ୟୁଜିଲାଣ୍ଡର କ୍ରାଇଷ୍ଟଚର୍ଚ୍ଚ ସହରର ୨ଟି ମସଜିଦ ଉପରେ ଶୁକ୍ରବାର ଏକ ଭୟାନକ ଆକ୍ରମଣ ହୋଇଛି । ଦୁର୍ବୃତ୍ତମାନେ ଦୁଇଟି ମସଜିଦ ଉପରକୁ ଆକ୍ରମଣ କରି ଟାର୍ଗେଟ କରଛନ୍ତି । ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା 30 ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଅଧିକାରୀଙ୍କ ଦ୍ୱାରା କିଛି ମୃତ୍ୟୁ ସଂଖ୍ୟା କିଛି ସ୍ପଷ୍ଟ କରାଯାଇନାହିଁ । ପ୍ରଧାନମନ୍ତ୍ରୀ ଜେସିଣ୍ଡା ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଏହା ନ୍ୟୁଜିଲାଣ୍ଡ ପାଇଁ ଏକ କଳା ଦିନ । ପୋଲିସ ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଗିରଫ କରିଛି ବୋଲି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ଏହି ଘଟଣାରେ ଅନେକ ଲୋକ ଆହତ ହୋଇଥିବା ରିପୋର୍ଟ ସ୍ପଷ୍ଟ କରିଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ଘର ଭିତରୁ ବାହାରୁ ନାହାନ୍ତି ।
ନ୍ୟୁଜିଲାଣ୍ଡ ପୋଲିସ ସୂଚନା ଅନୁସାରେ ଆକ୍ରମଣକାରୀମାନେ ସକ୍ରିୟ ଅଛନ୍ତି । କ୍ରାଇଷ୍ଟଚର୍ଚ୍ଚରେ ଗମ୍ଭୀର ସ୍ଥିତି ପହଂଚିଛି । ଏହି ଅଂଚଳରେ ଏକ ଆତତାୟୀ ବୁଲୁଥିବା ବେଳେ ପୁଲିସ ଏହାକୁ କାବୁ କରିଛି, ଅନ୍ୟ ବନ୍ଧୁକଧାରୀମାନେ ମଧ୍ୟ ବୁଲୁଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁଳିକାଣ୍ଡ ପରେ ମସଜିଦରେ ଅନେକ ଲୋକ ଆହତ ହୋଇଛନ୍ତି । ଅନ୍ୟ ଏକ ମସଜିଦକୁ ଖାଲି କରି ଦିଆଯାଇଛି । ଆସନ୍ତା ଦୁଇ ପର୍ଯ୍ୟନ୍ତ ମସଜିଦକୁ କେହି ନଯିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

No comments:

Post a Comment