Welcome To BN News . Always With Common People .

Breaking

Friday 15 March 2019

ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଶୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୬, ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା


ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ (ସିଏସଟି) ରେଳ ଷ୍ଟେସନ ନିକଟରେ ଫୁଟ ଓଭର ବ୍ରିଜ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଆହତ ୩୬ ଜଣ ବ୍ୟଙ୍କିମାନଙ୍କର ଚିକିତ୍ସା ସେଣ୍ଟ ଜର୍ଜ ହସ୍ପିଟାଲ ଏବଂ ଜିଟି ହସ୍ପିଟାଲରେ ଜାରି ରହିଛି । ଅପୂର୍ବ ପ୍ରଭୁ (୩୫), ରଂଜନା ଥାମ୍ବେ (୪୦), ଜାହୀଦ ଶିରାଜ ଖାନ (୩୨), ସାରିକା କୁଲକର୍ଣ୍ଣି (୩୫), ତପେନ୍ଦ୍ର ସିଂହ (୩୫) ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏବଂ ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।
ମୁମ୍ବାଇ ପୋଲିସ ଆଜାଦ ମଇଦାନ ପୋଲିସ ଥାନାରେ କେନ୍ଦ୍ରୀୟ ରେଳବାଇ ଏବଂ ବୃହତ ମୁନିସିପାଲ କର୍ପୋରେଶନ ବିରୋଧରେ ଧାରା ୩୦୪ ଏ ଅନ୍ତର୍ଗତ ଏକ ମାମଲା ରୁଜୁ କରିଛି । ଏହି ଦୁର୍ଘଟଣା ଗୁରୁବାର ସନ୍ଧ୍ୟା ୭ଟା ୩୦ରେ ଘଟିଥିଲା । ଫଳରେ ବ୍ରିଜ ତଳେ ୫ ଜଣ ଲୋକଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ରେଳବାଇ ପୋଲିସ, ପ୍ରଶାସନ ଏବଂ ଏନଡିଆରଏଫର ଉଦ୍ଧାରକାରୀ ଟିମ ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ଏହି ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମର୍ମାହତ ଅନୁଭବ କରିଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି । ସେ ମୃତକଙ୍କ ପରିବାରକୁ ୫-୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଥିବା ବେଳେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଏବଂ ମାଗଣାରେ ଚିକିତ୍ସା ଯୋଗାଇ ଦେବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି । ମୁମ୍ବାଇ ମେୟର ବିଶ୍ୱନାଥ ମହାଦେଶ୍ୱର ଏବଂ ଶିବସେନା ସାଂସଦ ଅରବିନ୍ଦ ସାୱନ୍ତ ଆହତମାନଙ୍କୁ ହସ୍ପିଟାଲରେ ଭେଟିଛନ୍ତି ।

No comments:

Post a Comment