Welcome To BN News . Always With Common People .

Breaking

Friday 15 March 2019

ଘରେ ବସି କେମିତି ପାଇବେ ଡ୍ରାଇଭିଂ ଲାଇସେନ୍ସ , ଜାଣନ୍ତୁ ପୁରା ପ୍ରକ୍ରିୟା



ଡ୍ରାଇଭିଂ ଲାଇସେନ୍ସ ବନାଇବା ପ୍ରକ୍ରିୟ ବହୁତ ସହଜ । ଯଦି ଆପଣ ଡ୍ରାଇଭିଂ ଲାଇସେନ୍ସ ବନାଇବାକୁ ଚାହୁଁଛନ୍ତି, ଏବଂ ଆର୍‌ଟିଓରେ ଚକ୍କର କାଟିବାକୁ ଡରୁଛନ୍ତି । ଟେନ୍‌ସନ ହୁଅନ୍ତୁ ନାହିଁ, ଅନ୍‌ଲାଇନ୍‌ରେ ଆପଣଙ୍କୁ ମିଳିଯିବ ଏହି ସୁବିଧା । ଆରମ୍ଭରେ ଆପଣଙ୍କୁ ଲର୍ଣିଂ୩୍ କରିବାକୁ ପଡିବ ।
ଡ୍ରାଇଭିଂ ଲାଇସେନ୍ସ ବନାଇବା ପାଇଁ ସରକାର ଲଗାତାର ଭାବେ ନିୟମକୁ ସହଜ କରିବାରେ ଲାଗିଛନ୍ତି । ୧ ଅକ୍ଟୋବର ୨୦୧୯ ଠାରୁ ସାରା ଦେଶରେ ଗୋଟିଏ ପ୍ରକାର ଡ୍ରାଇଭିଂ ଲାଇସେନ୍ସ ଓ ଗାଡି ରେଜିଷ୍ଟ୍ରେସନ ସାର୍ଟିଫିକେଟ ଗୋଟିଏ ପ୍ରକାରର ଆସିବ । ଏଥିରୁ ଜଣା ପଡୁଛି କି ସବୁ ରାଜ୍ୟରେ ଗୋଟିଏ ରଙ୍ଗର ଡିଏଲ୍‌ ଓ ଆର୍‌ସି ମିଳିବ । ଏହାସହିତ ସମସ୍ତ ତଥ୍ୟ ସବୁ ରାଜ୍ୟର ସମାନ ଭାବେ ରହିବ ।
ଡ୍ରାଇଭିଂ ଲାଇସେନ୍ସ ବନାଇବା ପ୍ରକ୍ରିୟା-
୧) ଡ୍ରାଇଭିଂ ଲାଇସେନ୍ସ ପୂର୍ବରୁ ଆପଣଙ୍କୁ ଲର୍ଣ୍ଣି ଲାଇସେନ୍ସ ବନାଇବାକୁ ପଡିବ ।
୨) ଲର୍ଣ୍ଣି ଲାଇସେନ୍ସ ବନାଇବାକୁ ଆପଣଙ୍କୁ ୨୦୦ ଟଙ୍କା ଫିସ୍‌ ଦେବାକୁ ପଡିବ । ଯଦି ବର୍ତ୍ତମାନ ସୁଦ୍ଧା ଆପଣ କେବେ ବି ଡ୍ରାଇଭିଂ ଲାଇସେନ୍ସ ବନାଇ ନାହାଁନ୍ତି ତାହାଲେ ଆପଣଙ୍କୁ ଲର୍ଣ୍ଣି ଲାଇସେନ୍ସ ବନାଇବାକୁ ପଡିବ । ଲର୍ଣ୍ଣି ଲାଇସେନ୍ସ ପରେ ପର୍‌ମାନେଣ୍ଟ ଲାଇସେନ୍ସ ମିଳିଥାଏ । ବୟସ କମ୍‌ସେ କମ ୧୮ ହୋଇଥିବା ଆବଶ୍ୟକ ।
୩) ଲର୍ଣ୍ଣି ଲାଇସେନ୍ସ ବନାଇବା ପାଇ ଅନଲାଇନ ପ୍ରକ୍ରିୟା ବହୁତ ସହଜ । ପରିବହନ ମନ୍ତ୍ରାଳୟର ୱେବସାଇଟକୁ ଯାଇ ଆପଣ ଆପ୍ଲାଏ କରିପାରିବେ । https://parivahan.gov.in/sarathiservice10/stateSelection.do କୁ ଯାଆନ୍ତୁ । ସେଠାରେ ରାଜ୍ୟଗୁଡିକର ସୂଚନା ଦିଆଯାଇଛି । ପ୍ରଥମେ ନିଜର ରାଜ୍ୟ ଚୟନ କରନ୍ତୁ । ରାଜ୍ୟ ଚୟନ କରିବା ପରେ ଲର୍ଣ୍ଣର ପାଇଁ ଅପ୍‌ସନ ଆସିବ । ସେଠାରେ କ୍ଲିକ୍ କରିବା ପରେ ପୁରା ଫର୍ମ ଖୋଲିବ । ଫର୍ମ ପୂରଣ କରିବା ପରେ ଏକ ନମ୍ୱର ଜେନେରେଟ ହେବ, ତାକୁ ସେଭ୍ କରିଦେବେ । ସେଠାରେ ଆପଣଙ୍କୁ ବୟସ ପ୍ରମାଣ ପତ୍ର, ଆଡ୍ରେସ୍ ପ୍ରୁଫ, ଆଈଡି ପ୍ରୁଫ୍‌ ଆଟାଚ୍ କରିବାକୁ ପଡିବ ।
୪) ଏହି ପ୍ରକ୍ରିୟା ପରେ ଆପଣଙ୍କୁ ଆପଣଙ୍କ ଫୋଟୋ ଏବଂ ଡିଜିଟାଲ ସିଗ୍‌ନେଚର ଅପ୍‌ଲୋଡ କରିବାକୁ ପଡିବ । ତାପରେ ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଲଟ୍ ବୁକ କରିବାକୁ ପଡିବ । ସ୍ଲଟ ଚୟନ କରିବା ସମୟରେ ଆପଣଙ୍କୁ ଫିସ୍ ଦେବାକୁ ପଡିବ । ଏହାପରେ ରେଜିଷ୍ଟର କରିଥିବା ନମ୍ୱରରେ ଏକ ମେସେଜ ଆସିବ, ଯାହାକୁ ସେଭ୍ କରିବାକୁ ପଡିବ ।
୫) ଫିସ୍ ଜମା କରିବା ପରେ ସ୍ଲଟ ହିସାବରେ ଆର୍‌ଟିଓ ଅଫିସ୍ ଯାଇ ଟେଷ୍ଟ ଦେବାକୁ ପଡିବ । ଏହି ଟେଷ୍ଟ ଅନଲାଇନ୍‌ରେ ହୋଇଥାଏ, ଏବଂ ଏଥିରେ ଯାତାୟାତର ନିୟମ ତଥା ଯାତାୟାତର ଚିହ୍ନଗୁଡିକ ବିଷୟରେ ପଚରା ଯାଇଥାଏ । ଗୋଟିଏ ପ୍ରଶ୍ନର ଚାରୋଟି ସାମ୍ବାବ୍ୟ ଉତ୍ତର ଥାଏ । ସଠିକ୍ ଉତ୍ତର ଉପରେ କ୍ଲିକ କରିବା ପରେ ଦ୍ୱିତୀୟ ପ୍ରଶ୍ନ ଆସିଥାଏ । ଏହା ସହିତ ଆପଣଙ୍କ ଉତ୍ତର ଠିକ୍ କି ଭୁଲ ମଧ୍ୟ ଜଣା ପଡିଥାଏ । ଟେଷ୍ଟ ସରିବା ପରେ ପରେ ଆପଣଙ୍କ ରେଜଲ୍ଟ ଆସିଯିବ, ଆପଣ ପାସ୍ ନା ଫେଲ ଜଣା ପଡିଯିବ ।
୬) ଟେଷ୍ଟରେ ପାସ୍ ହୋଇଯାଇଥିଲେ, ୪୮ ଘଣ୍ଟା ମଧ୍ୟରେ ଅନଲାଇନ ଲର୍ଣ୍ଣିଂ ଲାଇସେନ୍ସ ଅନଲାଇନରେ ମିଳିଯିବ । ଏହାର ବୈଧତା ୬ ମାସ ରହିବ । ଏହି ୬ ମାସ ମଧ୍ୟରେ ଆପଣଙ୍କୁ ପରମାନେଣ୍ଟ ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡିବ । ଲର୍ଣ୍ଣିଂ ଲାଇସେନ୍ସ ପାଇବାର ୧ ମାସରୁ ୬ ମାସ ମଧ୍ୟରେ ଆପଣଙ୍କୁ ଦ୍ୱିତୀୟଥର ପାଇଁ ନିଜ ଗାଡି ସହିତ ଆର୍‌ଟିଓ ଯାଇ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିବ । ଦ୍ୱିତୀୟଥର ଟେଷ୍ଟରେ ପାସ କରିବା ପରେ ଆପଣଙ୍କୁ ପରମାନେଣ୍ଟ ଲାଇସେନ୍ସ ମିଳିଯିବ ।

No comments:

Post a Comment