Welcome To BN News . Always With Common People .

Breaking

Wednesday 13 March 2019

ରାହୁଲ ଗାନ୍ଧୀଙ୍କ 'ଚୌକିଦାର ଚୌର' ହେ ଉପରେ ରାଗିଲେ ଚୌକିଦାର, କେସ ରୁଜୁ କରିବାକୁ ଦାବି


ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବା ପାଇଁ ରାହୁଲ ଗାନ୍ଧୀ ସବୁବେଳେ ଚୌକିଦାର ଚୌର ହେ କହି କଟାକ୍ଷ ରକିବାର, କିନ୍ତୁ ଏହି କଟାକ୍ଷ ସରୁକ୍ଷା ଗାର୍ଡ ସଂଘକୁ ପସନ୍ଦ ଆସିଲା ନାହିଁ ଏବଂ ସଂଘ ମୁମ୍ୱାଇ ପୋଲିସକୁ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ରୁଜୁ କରିବାକୁ କହିଛନ୍ତି । ପୋଲିସ ପକ୍ଷରୁ ଏହି ସୂଚନା ମିଳିଛି ।

ପୋଲିସର ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇ କହିଛନ୍ତି ଯେ ମହାରାଷ୍ଟ୍ର ରାଜ୍ୟ ପୋଲିସ ସୁରକ୍ଷା ରକ୍ଷକ ୟୁନିୟନ ବିକେସି ପୋଲିସ ଥାନାରେ ସୋମବାର ଦିନ ଏନେଇ ଏକ ଅଭିଯୋଗ କରିଛନ୍ତି ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଏହି ଟିପ୍ପଣୀ ଦ୍ୱାରା ସୁରକ୍ଷାରେ ନିୟୋଜିତ ଥିବା ଗାର୍ଡ ମାନଙ୍କ ଅପମାନ ହୋଇଛି ।
ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ ସଂଘ ଦାବି ଯେ ଏହି ମାସରେ ଏମଏମଆରଡିଏ ମୈଦାନରେ ଆୟୋଜିତ ରାଲିରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କ ଉପରେ କଟକ୍ଷା କରି ନିଜ ଭାଷଣ କହିଥିଲେ ଯେ ଚୌକିଦାର ଚୌର ହେ ।
ସଂଘର ଅଧ୍ୟକ୍ଷ ସନ୍ଦୀପ ଘୁଗେ କହିଛନ୍ତି ଯେ ପୋଲିସକୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଅପରାଧିକ ମାମଲାରେ କେସ ରୁଜୁ କରିବା ଦରକାର କାରଣ ସୁରକ୍ଷା ଗାର୍ଡଙ୍କୁ ଅପମାନିତ କରୁଥିବା ଏହିପରି ନାରା ରୋକ ଲଗାଯାଇପାରିବ ।

No comments:

Post a Comment