ଇଥିଓପିଆରେ ଏୟାରଲାଇନରେ ବିମାନ ଦୁର୍ଘଟଣା ଘଟିବା ଯୋଗୁ ୧୫୭ ଯାତ୍ରୀଙ୍କର ଜୀବନ ହାନି ହେବା ପରେ ଭାରତରେ ବୋଇଂର ୭୩୭ ମାକ୍ସ୮ ବିମାନ ଉଡାଣ ଉପରେ ସରକାର ମଙ୍ଗଳବାର କଟକଣା ଲଗାଇଛନ୍ତି। ଘରୋଇ ବିମାନ କମ୍ପାନୀ ସ୍ପାଇସଜେଟ ୮ଟି ୭୩୭ ମାକ୍ସ ୮ ଏବଂ ଜେଟ୍ ଏୟାରଓ୍ବେଜ ୫ଟି ପ୍ଲେନ ସହ ସେବା ଯୋଗାଉଛି। ନିରାପତ୍ତା ପଦକ୍ଷେପ ଅନ୍ତର୍ଗତ ତ୍ୱରିତ ଭିତ୍ତିରେ ଏହି ପ୍ଲେନଗୁଡ଼ିକୁ ସେବା ବର୍ହିଭୂତ କରିବା ଲାଗି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ନିଷ୍ପତ୍ତି ନେଇଛି। ପ୍ଲେନଗୁଡ଼ିକର ନିରାପତ୍ତା ପଦକ୍ଷେପ ଠିକ୍ ହେବା ପର୍ଯ୍ୟନ୍ତ କଟକଣା ଲାଗି ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଯାତ୍ରୀ ନିରାପତ୍ତାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ନିଆଯାଇଛି। ସେହିଭଳି ଏଦିଗରେ ବିଶ୍ୱ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବା ମନ୍ତ୍ରଣାଳୟ କହିଛି। ଗତ ୫ ମାସରୁ କମ୍ ସମୟ ମଧ୍ୟରେ ଏହି ମଡେଲ ପ୍ଲେନ ଦ୍ୱିତୀୟଥର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଲାୟନ ଏୟାର ବିମାନ ଦୁର୍ଘଟଣାରେ ୧୮୦ ଲୋକଙ୍କର ଜୀବନ ହାନି ଘଟିଥିଲା।
No comments:
Post a Comment