ଭାଜପାରେ ବିଧିବଦ୍ଧ ଭାବେ ଦାମୋଦର ରାଉତ ଯୋଗଦେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଗୁରୁବାର ଦିଲ୍ଲୀରେ ଆୟୋଜିତ ମିଶ୍ରଣ ପର୍ବରେ ଦାମ ଯୋଗଦେଇ ଶୁକ୍ରବାର ଭୁବନେଶ୍ୱର ଫେରିଥିଲେ। ଏହାକୁ ନେଇ ଦାମଙ୍କ ସମର୍ଥକ ଓ ଭାଜପା କର୍ମୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ସହ ଶୋଭାଯାତ୍ରାରେ ଦଳୀୟ କାର୍ଯ୍ୟାଳୟକୁ ଆଣିଥିଲେ। ସେଠାରେ ଦାମଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ଯୋଗଦେଇ ଦାମ ମୁଖ୍ୟମନ୍ତ୍ରୀଙ୍କ ଉକ୍ତିକୁ ବ୍ୟଙ୍ଗାତ୍ମକ ଭାବେ ପ୍ରକାଶ କରିଛନ୍ତି। ମୁଁ ଭାଜପାରେ ଯୋଗଦେଲି। ଏବେ ଆପଣମାନେ ଖୁସି ତ? ବୋଲି ଦାମ କହିଥିଲେ। ଏହା ଶୁଣି ଉତ୍ସବରେ ସାମିଲ କର୍ମୀମାନଙ୍କ ମଧ୍ୟରେ ହାସ୍ୟରୋଳ ଖେଳି ଯାଇଥିଲା।
ପ୍ରକାଶଯୋଗ୍ୟ,ଦାମ ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନଙ୍କ ଉପରେ ବର୍ଷିଥିଲେ। ନବୀନ ସରକାରଙ୍କ ଅବସାନ ଘଟାଇବାକୁ ତାଙ୍କର ଏ ପ୍ରୟାସ। ଭାଜପା ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି ଓ ଅପଶାସନରୁ ମୁକ୍ତି ପାଇପାରିବେ। ତାଙ୍କର ବିଶ୍ୱାସ ଓଡ଼ିଶାବାସୀ ତାଙ୍କ ସହ ମିଶି ଏ ଭଷ୍ଟାଚାରୀଙ୍କୁ ହଟାଇବେ ବୋଲି ସେ କହିଥିଲେ।
No comments:
Post a Comment