Welcome To BN News . Always With Common People .

Breaking

Saturday 30 March 2019

କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରିବ: ରାହୁଲ

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରାଯିବ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଟ୍ବିଟ୍‌ କରି ଏହା କହିଛନ୍ତି।
ରାହୁଲ ନିଜ ଟ୍ବିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ନିତି ଆୟୋଗ କୌଣସି ଉଦ୍ଦେଶ୍ୟ ସାଧନ କରୁନାହିଁ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କ ପାଇଁ ପ୍ରଚାର କାର୍ଯ୍ୟ କରୁଛି ଏବଂ ଭୁଲ ତଥ୍ୟ ପ୍ରଦାନ କରୁଛି। ଆମେ କ୍ଷମତାକୁ ଆସିଲେ ଏହାକୁ ହଟାଇବୁ। ଏହାକୁ ଯୋଜନା ଆୟୋଗରେ ବଦଳାଇବୁ। ଏଥିରେ ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞମାନଙ୍କୁ ସଦସ୍ୟ ଭାବେ ରଖାଯିବ। ସଦସ୍ୟ ସଂଖ୍ୟା ୧୦୦ରୁ କମ୍‌ ରହିବ।
ସୂଚନାଯୋଗ୍ୟ, ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ରାହୁଲଙ୍କ ସର୍ବନିମ୍ନ ନିଶ୍ଚିତ ରୋଜଗାର ଯୋଜନା 'ନ୍ୟାୟ' ଉପରେ ମନ୍ତବ୍ୟ ଦେଇ କହିଥିଲେ ଯେ, ଦେଶର ଅର୍ଥନୀତି ଉପରେ ଏହାର କ'ଣ ପ୍ରଭାବ ପଡ଼ିବ ତାହା ଚିନ୍ତା ନ କରି ରାହୁଲ ଏଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଦେଶ ୪ ପାଦ ପଛକୁ ଚାଲିଯିବ। ରାଜୀବଙ୍କ ଏହି ମନ୍ତବ୍ୟ ପରେ ରାହୁଲ କ୍ଷମତାକୁ ଆସିଲେ ନିତି ଆୟୋଗ ଉଚ୍ଛେଦ କରିବେ ବୋଲି କହିଛନ୍ତି।

No comments:

Post a Comment