Welcome To BN News . Always With Common People .

Breaking

Saturday 30 March 2019

ବ୍ଲଗ ଲେଖି ମହାମେଂଟର ସରକାରକୁ ଟାର୍ଗେଟ କଲେ ଅରୁଣ ଜେଟଲୀ

ବର୍ତମାନ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ସରଗରମ ଥିବା ସମୟରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବ୍ଲଗ ଲେଖି ମହାମେଂଟକୁ ଟାର୍ଗେଟ କରିଛନ୍ତି । ଜେଟଲୀ ନିଜ ବ୍ଲଗରେ ଲେଖିଛନ୍ତି, ଭାରତର ଲୋକ ନିଜ ନେତାଙ୍କୁ ପାରମ୍ପରିକ ପସନ୍ଦ ବଦଳରେ ତାଙ୍କ ନାମରୁ ପରଖନ୍ତି । ଦେଶର ସାମାଜିକ ଆର୍ଥିକ ପ୍ରୋଫାଇଲ ଏବେ ବଦଳି ସାରିଛି । ଏବେ ଲୋକ ନିଜ ନେତାଙ୍କ କାମ ଆଧାରରେ ଏବଂ କ୍ଷମତା ଆଧାରରେ ପରଖୁଛନ୍ତି ।
ଜେଟଲୀ କହିଛନ୍ତି, ଦେଶରେ ଏବେ ବିପକ୍ଷଙ୍କ ମହାମେଂଟ ବିଷୟରେ କୁହାଯାଉଛି । ଏହି ମହାମେଂଟରେ ସମସ୍ତେ ଜଣେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ମହାମେଂଟର ସୂତ୍ରଧର ହେବାକୁ ଚାହୁଁଛନ୍ତି । ନିୟମିତ ଭାବରେ ରାଜ୍ୟରେ ନେତାମାନେ ଏକ ଶୋର ଆୟୋଜନ କରୁଛନ୍ତି ଏବଂ ବାକି ନେତାମାନଙ୍କୁ ନିମନ୍ତ୍ରିତ କରୁଛନ୍ତି । ଆମକୁ ଏବେ ସ୍ଥିତି ଉପରେ ବିଶ୍ଳଷଣ କରିବାକୁ ପଡିବ । ଦେଶକୁ ବଂଚାଇବାକୁ ପଡିବ । ଏହି ମହାମେଂଟରେ ପ୍ରତ୍ୟେକ ନେତା କେବଳ ନିଜ ପାଇଁ ସମ୍ଭାବନା ଦେଖୁଛନ୍ତି । ପୂର୍ବରୁ ଏଭଳି ସରକାର ଗଠନ ହୋଇ ସାରିଛି । ସେହି ରେକର୍ଡକୁ ଦେଖିଲେ ସ୍ପଷ୍ଟ ଜଣା ପଡେ ଯେ, ଏଥିରେ କିଭଳି ଭାବରେ ଭ୍ରଷ୍ଟାଚାର ହେଉଥିଲା ।

No comments:

Post a Comment