୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ସାରା ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଜୋର ଧରିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପାଖାପାଖି ୯୮ ପ୍ରତିଶତ ପ୍ରସ୍ତୁତି ସରିଛି। ଭୋଟର ତାଲିକା ସଂଶୋଧନ ଓ ଇଲେକ୍ଟୋରାଲ ରୋଲ ତଥ୍ୟ ଦେଖିଲେ ଜଣାପଡୁଛି, ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ଭୋଟର ପଞ୍ଜିକୃତ ହୋଇଛନ୍ତି। ସେହିପରି ବୁଥ୍ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ। ରାଜ୍ୟରେ ମୋଟ ୨ ହଜାର ୯୩୨ ଜଣ ତୃତୀୟ ଲିଙ୍ଗ ଭୋଟର ଏଥରକ ଭୋଟ ପ୍ରଦାନ କରିବାକୁ ପଞ୍ଜିକୃତ ହୋଇଛନ୍ତି। ଏହି ବର୍ଗର ସର୍ବାଧିକ ଭୋଟର ଖୋର୍ଦ୍ଧା ଜିଲ୍ଲାରେ ପଞ୍ଜିକୃତ ହୋଇଛନ୍ତି। ଅନ୍ୟପକ୍ଷରେ କମିସନଙ୍କ ଧାର୍ଯ୍ୟ କରିଥିବା ଖର୍ଚ୍ଚ ସୀମା ଅନୁଯାୟୀ ଜଣେ ବିଧାନସଭା ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଓ ଲୋକସଭା ପ୍ରାର୍ଥୀ ୭୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
ରାଜ୍ୟ
ମୋଟ ଭୋଟର ୩ କୋଟି ୧୮ ଲକ୍ଷ ୭୮୭
ପୁରୁଷ ଭୋଟର ୧ କୋଟି ୬୩ ଲକ୍ଷ ୩୭ ହଜାର ୩୧୦
ମହିଳା ଭୋଟର ୧ କୋଟି ୫୪ ଲକ୍ଷ ୬୦ ହଜାର ୫୪୫
ତୃତୀୟ ଲିଙ୍ଗ ଭୋଟର ୨ ହଜାର ୯୩୨
ସର୍ବାଧିକ ବୁଥ୍ ଥିବା ଜିଲ୍ଲା
ଗଞ୍ଜାମ
ମୋଟ ବୁଥ୍ ସଂଖ୍ୟା ୩ ହଜାର ୬୩
ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୨ ହଜାର ୬୫୩
ସହରାଞ୍ଚଳ ବୁଥ୍ ସଂଖ୍ୟା ୪୧୦
ମୟୁରଭଞ୍ଜ
ମୋଟ ବୁଥ୍ ସଂଖ୍ୟା ୨ ହଜାର ୩୬୪
ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୨ ହଜାର ୨୪୬
ସହରାଞ୍ଚଳ ବୁଥ୍ ସଂଖ୍ୟା ୧୧୮
କଟକ
ମୋଟ ବୁଥ୍ ସଂଖ୍ୟା ୨ ହଜାର ୨୪୬ଗ୍ରାମାଞ୍ଚଳ ବୁଥ ସଂଖ୍ୟା ୧ ହଜାର ୭୯୪
ସହରାଞ୍ଚଳ ବୁଥ୍ ସଂଖ୍ୟା ୪୫୨
No comments:
Post a Comment