Welcome To BN News . Always With Common People .

Breaking

Monday 11 March 2019

ନିର୍ବାଚନ କାର୍ଯ୍ୟସୂଚୀ : କେବେ କେଉଁଠି ଭୋଟ



ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ଭୋଟ ଗ୍ରହଣ ପ୍ରକ୍ରିୟା ଏପ୍ରିଲ ୧୧ରୁ ଆରମ୍ଭ ହୋଇ ଏପ୍ରିଲ ୨୯ରେ ଶେଷ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆସନ୍ତୁ ଦେଖିବା କେଉଁଠି କେଉଁ ଦିନ ଭୋଟ।

ଏପ୍ରିଲ ୧୧

ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୧ରେ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।
କଳାହାଣ୍ଡି ଲୋକସଭା ଆସନର ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା।
ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନାଗିରି, ଚିତ୍ରକୋଣ୍ଡା।
ବ୍ରହ୍ମପୁର ଲୋକସଭା ଆସନର ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି।
କୋରାପୁଟ ଲୋକସଭା ଆସନରେ ଆସୁଥିବା ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ ବିଧାନସଭା ପାଇଁ ଏପ୍ରିଲ ୧୧ରେ ଭୋଟ ଗ୍ରହଣ କରାଯିବ।

ଏପ୍ରିଲ ୧୮

ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୮ ତାରିଖରେ ପଶ୍ଚିମ ଓଡ଼ିଶାର ବରଗଡ଼,ବଲାଙ୍ଗୀର, ସୁନ୍ଦରଗଡ଼, କନ୍ଧମାଳ ଓ ଆସିକା ଲୋକସଭା ସହିତ ଏହାର ଅନ୍ତର୍ଗତ ୩୫ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।
ବରଗଡ଼ ଲୋକସଭାର ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା।
ସୁନ୍ଦରଗଡ଼ ଲୋକସଭାର ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ଆସନ।
ଆସ୍କା ଲୋକସଭାର ପୋଲସରା, କବିସୂର୍ଯ୍ୟନଗର, ଖଲିକୋଟ, ଆସ୍କା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି ବିଧାନସଭା ଆସନ।
କନ୍ଧମାଳ ଲୋକସଭାର ବାଲିଗୁଡ଼ା, ଜି ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର।
ବଲାଙ୍ଗୀର ଲୋକସଭା ଅନ୍ତର୍ଗତ ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଝୀ ବିଧାନସଭା ପାଇଁ ଏପ୍ରିଲ ୧୮ରେ ଭୋଟ ଗ୍ରହଣ କରାଯିବ।

ଏପ୍ରିଲ ୨୩

ତୃତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ ତାରିଖରେ ଢ଼େଙ୍କାନାଳ, ସମ୍ୱଲପୁର, କେଉଁଝର, କଟକ, ଭୁବନେଶ୍ୱର ଓ ପୁରୀ ଲୋକସଭା ସହିତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।
ସମ୍ବଲପୁର ଲୋକସଭାର କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ।
କେନ୍ଦୁଝର ଲୋକସଭାର ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ।
ଢେଙ୍କାନାଳ ଲୋକସଭାର ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ତାଳଚେର, ଅନୁଗୁଳ।
କଟକ ଲୋକସଭାର ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା।
ପୁରୀ ଲୋକସଭାର ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼।
ଭୁବନେଶ୍ୱର ଲୋକସଭାର ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ବିଧାନସଭା ପାଇଁ ଏପ୍ରିଲ ୨୫ରେ ଭୋଟ ଗ୍ରହଣ କରାଯିବ।

ଏପ୍ରିଲ ୨୯

ଚତୁର୍ଥ ପର୍ଯ୍ୟାୟରେ ଏପ୍ରିଲ ୨୯ ତାରିଖରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଲୋକସଭା ସହିତ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ପାଇଁ ଭୋଟ ଗ୍ରହଣ କରାଯିବ।
ମୟୂରଭଞ୍ଜ ଲୋକସଭାର ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବାରିପଦା, ମୋରଡ଼ା।
ବାଲେଶ୍ୱର ଲୋକସଭାର ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି।
ଭଦ୍ରକ ଲୋକସଭାର ସୋରୋ, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି।
ଯାଜପୁର ଲୋକସଭାର ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା।
କେନ୍ଦ୍ରାପଡ଼ା ଲୋକସଭା ଆସନରେ ଆସୁଥିବା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା।
ଜଗତସିଂହପୁର ଲୋକସଭା ଆସନର ନିଆଳୀ, ପାରାଦୀପ, ତିର୍ତୋଲ,ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା ବିଧାନସଭା ପାଇଁ ଏପ୍ରିଲ ୨୯ରେ ଭୋଟ ଗ୍ରହଣ କରାଯିବ।

No comments:

Post a Comment