Welcome To BN News . Always With Common People .

Breaking

Tuesday 12 March 2019

ପିଏମ୍‌ କିଷାନରେ କୃଷକଙ୍କୁ ୫,୨୧୫ କୋଟି;ଓଡ଼ିଶାରେ ୮.୦୭ ଲକ୍ଷ କୃଷକ ଉପକୃତ



ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ୨.୬ କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ୫,୨୧୫ କୋଟି ଟଙ୍କାର ଆର୍ଥତ୍କ ସହାୟତା ପ୍ରଦାନ କରିଛନ୍ତି। ଅନ୍ତରୀଣ ବଜେଟରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରାଯାଇଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ସରକାର ପ୍ରଧାମନ୍ତ୍ରୀ କିଶାନ ସମ୍ମାନ ନିଧି (ପିଏମ୍‌-କିଶାନ) ଯୋଜନାରେ ୭୫,୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ପ୍ରତି ଚାଷୀ ପିଛା ୩ଟି କିସ୍ତିରେ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ୨ ହେକ୍ଟର ଜମି ଥିବା ପ୍ରାୟ ୧୨ କୋଟି ଚାଷୀ ଏହି ଆର୍ଥତ୍କ ସହାୟତା ଲାଭ କରି ପାରିବେ। ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଅର୍ଥ ପ୍ରଦାନ ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି। ଉତ୍ତରପ୍ରଦେଶର ଗୋରଖପୁରଠାରେ ଫେବୃୟାରୀ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ୧.୦୧ କୋଟି କୃଷକଙ୍କୁ ୨,୦୨୧ କୋଟି ଟଙ୍କା ସ୍ଥାନାନ୍ତର ନେଇ ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଆକାଉଣ୍ଟକୁ ୫,୨୧୫ କୋଟି ଟଙ୍କା ସ୍ଥାନାନ୍ତର ହୋଇଥିବା ପିଏମ୍‌ଓ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ମାର୍ଚ୍ଚ ୭ ସୁଦ୍ଧା ଉତ୍ତର ପ୍ରଦେଶର ୭୪.୭୧ ଲକ୍ଷ କୃଷକ ଏବଂ ଆନ୍ଧ୍ର ପ୍ରଦେଶର ୩୨.୧୫ ଲକ୍ଷ କୃଷକ ଲାଭବାନ ହୋଇଛନ୍ତି। ସେହିଭଳି ହରିୟାଣାରେ ୮ ଲକ୍ଷ, ଗୁଜରାଟରେ ୨୫.୫୮ ଲକ୍ଷ, ମହାରାଷ୍ଟ୍ରରେ ୧୧.୫୫ ଲକ୍ଷ, ତେଲେଙ୍ଗାନାରେ ୧୪.୪୧ ଲକ୍ଷ, ତାମିଲନାଡୁରେ ୧୪.୦୧ ଲକ୍ଷ, ଆସାମରେ ୮.୦୯ ଏବଂ ଓଡ଼ିଶାରେ ୮.୦୭ ଲକ୍ଷ କୃଷକ ଏହି ଯୋଜନାରେ ଉପକୃତ ହୋଇଛନ୍ତି। 

No comments:

Post a Comment