Welcome To BN News . Always With Common People .

Breaking

Monday 11 March 2019

ଇପିଏଫ ସ୍ଥାନାନ୍ତର ହେବ ଆପେ ଆପେ , ଚାକିରୀ ବଦଳାଇଲେ ବି ଚିନ୍ତାନାହିଁ



କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ସଦସ୍ୟଙ୍କୁ ଆଗାମୀ ଆର୍ଥିକ ବର୍ଷ ଠାରୁ ଚାକିରୀ ପରିବର୍ତ୍ତନ କଲେ ଇପିଏଫ ରାଶି ସ୍ଥାନାନ୍ତରଣ ଅନୁରୋଧ କରିବାକୁ ପଡ଼ିବ ନାହିଁ । ଏହି ପ୍ରକ୍ରିୟାକୁ ସ୍ୱୟଂଚାଳିତ କରିବା କାମ କରାଯାଉଛି । ଶ୍ରମ ମନ୍ତ୍ରାଳୟର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏବେ ଇପିଏଫଓର ସଦସ୍ୟଙ୍କୁ ସାର୍ବଭୌମିକ ଖାତା ସଂଖ୍ୟା ରଖିବା ପରେ ମଧ୍ୟ ଇପିଏଫ ସ୍ଥାନାନ୍ତରଣ କରିବା ଲାଗି ଅଲାଗା ଭାବେ ଅନୁରୋଡ଼ କରିବାକୁ ପଡୁଛି । ଇପିଏଫକୁ ପ୍ରତି ବର୍ଷ ଇପିଏଫ ସ୍ଥାନାନ୍ତରଣ କରିବାର ୮ ଲକ୍ଷ ଆବେଦନ ମିଳୁଛି ।


ଶ୍ରମ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଇପିଏଫଓ ପ୍ରାୟୋଗିକ ଆଧାରରେ ଚାକିରୀ ପରିବର୍ତ୍ତନ ଉପରେ ଇପିଏଫ ଆପେ ଆପେ ହସ୍ତାନ୍ତରଣ ଉପରେ କାମ କରୁଛି । ସମସ୍ତ ସଦସ୍ୟଙ୍କ ଲାଗି ଏହି ସୁବିଧା ଆସନ୍ତା ବର୍ଷ କୌଣସି ପ୍ରକାରରେ ଆରମ୍ଭ କରାଯାଇପାରେ । ଅଧିକାରୀ କହିଛନ୍ତି, ଇପିଏଫଓ କାଗଜବିହୀନ ସଂଗଠନ ଗଢ଼ିବା ଲକ୍ଷ୍ୟ ପ୍ରାପ୍ତ କରିବା ଲାଗି ନିଜର ପରିଚାଳନା ପ୍ରଣାଳୀର ଅଧ୍ୟୟନ କାମ ସି-ଡ୍ୟାକକୁ ଦେଇଛି । ଏବେ ୮୦ ପ୍ରତଶତ କାମ ଅନଲାଇନ ମାଧ୍ୟମରେ କରାଯାଉଛି ।


ଅଧିକାରୀ କହିଛନ୍ତି, ନିୟୋକ୍ତା ମାସିକ ଇପିଏଫ ରିଟର୍ଣ୍ଣ ଦାଖଲ କରିବେ, ଯେଉଁଥିରେ ନୂଆ କର୍ମଚାରୀଙ୍କ ୟୁଏଏନ ମଧ୍ୟ ସାମିଲ ରହିବ । ସେହି ସମୟରେ ପ୍ରଥମ ଇପିଏଫ ଯୋଗଦାନ ଏବଂ ଏହାରି ଉପରେ ଅର୍ଜିତ ସୁଧ ଆପେ ଆପେ ହସ୍ତାନ୍ତର ହୋଇଯିବ । ଏହା ଦ୍ୱାରା ଦେଶର ଲକ୍ଷାଧିକ ଲୋକ ଉପକୃତ ହେବେ ।

No comments:

Post a Comment