Welcome To BN News . Always With Common People .

Breaking

Tuesday 12 March 2019

ନକଲି ଚା'ପତି, ତେଲ ଜବତ



ଚାନ୍ଦୋଳ ଫାଣ୍ଡି ଅଧୀନ ଖରିଦାସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ସୋମବାର ପୋଲିସ ଚଢ଼ାଉ କରି ନକଲି ଚା'ପତି, ନକଲି ଡାବର ଅମଳା ତେଲ ଓ ନିହାର ତେଲ ଜବତ କରିଛି। ଏଥିସହିତ ପ୍ୟାକିଂ ମେଶିନ ଖୋଲା ପାଉଚ୍‌, ଖାଲି ବୋତଲ, ଲେବିଲିଂ ମେସିନ୍‌ ଆଦି ଜବତ କରିଛି। ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି।
ପ୍ରକାଶ ଯେ, ସ୍ଥାନୀୟ ଅଞ୍ଚଳରେ ନକଲି ଟାଟା ଚା' ଓ ଉପରୋକ୍ତ ବ୍ରାଣ୍ଡର ନକଲି ତେଲ ବିଭିନ୍ନ ଦୋକାନରେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହି କମ୍ପାନୀଗୁଡ଼ିକର ଅସଲି ଜିନିଷ ବିକ୍ରି କମି ଯାଉଥିଲା। ଫଳରେ କମ୍ପାନୀ ତରଫରୁ ନକଲି ବ୍ୟବସାୟୀଙ୍କୁ ଧରିବା ପାଇଁ କଲିକତାର ଏକ ଘରୋଇ ଗୁଇନ୍ଦା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା। ଗତ କିଛିଦିନ ଧରି ଏହି ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଦୋକାନରୁ ନମୁନା ସଂଗ୍ରହ କରିଥିଲା। ତେବେ ସୋମବାର ସନ୍ଧ୍ୟାରେ ଏହି ସଂସ୍ଥାର କର୍ମଚାରୀମାନେ କେନ୍ଦ୍ରାପଡ଼ା ସଦର ଥାନା ପୋଲିସ୍‌ ସହାୟତାରେ ବିଭିନ୍ନ ଦୋକାନରେ ଚଢ଼ାଉ କରିଥିଲେ। ଏଥିସହିତ ଖରିଦାସାହିସ୍ଥିତ ଏକ ଘରୁ ବହୁ ନକଲି ସାମଗ୍ରୀ ଥିବା ପୋଲିସ ଜାଣିପାରି ସେଗୁଡ଼ିକୁ ଜବତ କରିଥିଲା। ଉକ୍ତ ଘରେ କେହି ପୁରୁଷ ଲୋକ ନଥିବାରୁ ମହିଳା ପୋଲିସଙ୍କ ଦ୍ୱାରା ଚଢ଼ାଉ କରାଯାଇ ଏକ ବସ୍ତା ଟାଟା ପ୍ରିମିୟମ୍‌ ଚା', ଏକ ବସ୍ତା ନିହାର ନଡ଼ିଆ ତେଲ, ଏକ ବସ୍ତା ଡାବର ଆମଲା, ଏକ ପେଟି ପାମ୍‌ଜିନ୍‌ ତେଲ ସମେତ ବିଭିନ୍ନ କମ୍ପାନୀର ଖାଲି ବୋତଲ, ପ୍ୟାକିଂ ମେଶିନ୍‌, ସିଲ୍‌ ମେଶିନ୍‌ ଇ୍ଯଯାଦି ଜବତ କରାଯାଇଛି। ଏହି ଚଢ଼ାଉରେ କେନ୍ଦ୍ରାପଡ଼ା ସଦର ଥାନା ଅଧିକାରିଣୀ ଆଲବତୀ ଆରସୁ ମାରାଣ୍ଡି, ଚାନ୍ଦୋଳ ଫାଣ୍ଡି ଅଧିକାରୀ ସୁଦର୍ଶନ ସାମଲ ଏବଂ ଲଳିତ କୁମାର ନାୟକ, ଅମୀୟ କୁମାର ମହାନ୍ତି ଓ ସନ୍ଧ୍ୟାରାଣୀ ଦାସ ସାମିଲ ହୋଇଥିଲେ। ଅଧିକ ତଦନ୍ତ ପାଇଁ ପୋଲିସ ଜଣେ ଦୋକାନିଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

No comments:

Post a Comment