Welcome To BN News . Always With Common People .

Breaking

Sunday 31 March 2019

ନିର୍ବାଚନ କମିଶନଙ୍କ ଦ୍ବାରା ୧୨୫୩କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ



ନୂଆଦିଲ୍ଲୀ : ଆଦର୍ଶ ଆଚରଣବିଧି ଲାଗୁ ହେବା ପରଠାରୁ ନିର୍ବାଚନ କମିଶନ ୧୨୫୩କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରିଛନ୍ତି । ସେଥିରେ ରହିଛି ହିସାବ ବହିର୍ଭୁତ ନଗଦ ଟଙ୍କା, ବିପୁଳ ପରିମାଣର ବେଆଇନ୍‍ ମଦ, ନିଶାଦ୍ରବ୍ୟ, ସୁନା ଓ ଉପହାର ଜବତ କରିଛନ୍ତି । ଗୁଜରାଟରେ ସର୍ବାଧିକ ୫୦୬କୋଟି ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଥିବାବେଳେ ତାମିଲନାଡୁରେ ୧୫୩କୋଟି, ଆନ୍ଧ୍ରପ୍ରଦେଶରେ ୧୪୨କୋଟି ଏବଂ ଉତ୍ତରପ୍ରଦେଶରେ ୧୧୯କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସାରା ଦେଶରୁ ମୋଟ୍‍ ୨୫୦ କୋଟି ଟଙ୍କାର ନଗଦ ଅର୍ଥ ଜବତ କରାଯାଇଛି। ସେହିପରି ୬୭୫କୋଟି ଟଙ୍କାର ମୂଲ୍ୟର ନିଶାଦ୍ରବ୍ୟ, ୧୮୩କୋଟି ଟଙ୍କା ମୂଲ୍ୟର ମୂଲ୍ୟବାନ ପଥର, ୧୨୨କୋଟି ଟଙ୍କା ମୂଲ୍ୟର ମଦ ଏବଂ ୨୨କୋଟି ଟଙ୍କାର ଅଳଙ୍କାର ଜବତ କରାଯାଇଛି।


No comments:

Post a Comment