Welcome To BN News . Always With Common People .

Breaking

Sunday 31 March 2019

କଂଗ୍ରେସ ନେତାଙ୍କ ଅହଙ୍କାର, କହିଲେ 'ଗାନ୍ଧୀ ପରିବାର ଦେଶର ପ୍ରଥମ ପରିବାର'

ନୂଆଦିଲ୍ଲୀ, ମାର୍ଚ୍ଚ ୩୦ :
କଂଗ୍ରେସର ବରିଷ୍ଠ ନେତା ପିସି ଚାକୋଙ୍କ ବିବିଦୀୟ ବୟାନ । ଗାନ୍ଧୀ ପରିବାକୁ ଭାରତ ପ୍ରଥମ ପରିବାର ବୋଲି କହିଛନ୍ତି କଂଗ୍ରେସ ଏହ ବରିଷ୍ଠ ନେତା । ଏହାସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ପିଏମ ମୋଦୀ ଭାରତର ପ୍ରଥମ ପରିବାର ପାଇଁ ନକାରାତ୍ମକ ରାୟ ଦେଉଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଗାନ୍ଧୀ ପରିବାର କୃତଜ୍ଞତା ଜଣାଉଛି ।
କଂଗ୍ରେସ ନେତା ପିସି ଚାକୋ ସମ୍ବାଦ ସରବରାହ ସଂସ୍ଥା ଏନଏନଆଇ ସହ କଥାବାର୍ତ୍ତା କରି କହିଛନ୍ତି ଯେ , ଭାରତ ପ୍ରଥମ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନକାରାତ୍ମକ ରାୟ ରହିଛି । ଭାରତର ପ୍ରଥମ ପରିବାର ବାସ୍ତବରେ ଭାରତର ପ୍ରଥମ ପରିବାର, ଭାରତ ତାଙ୍କର କୃତଜ୍ଞତା ଜ୍ଞାପନ କରୁଛି । ପଣ୍ଡିତ ନେହରୁଙ୍କ ଯୋଜନା ଏବଂ ନେତୃତ୍ୱ ପାଇଁ ଭାରତ ଆଜି ଭାରତ ହୋଇଛି ।

ଏହା ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଗାନ୍ଧୀ-ନେହରୁ ପରିବାର ବିନା ଦଳ ଭାଙ୍ଗି ଯିବ । ସେ କହିଥିଲେ ଯେ 30 ବର୍ଷ ଧରି ଏହି ପରିବାରର କୌଣସି ସଦସ୍ୟ ସରକାରରେ କୌଣସି ପଦବୀରେ ନଥିଲେ । 2004ରେ ଯେତେବେଳ ସୁଯୋଗ ମିଳିଥିଲା ସେତେବେଳ ସୋନିଆ ଗାନ୍ଧୀ ତ୍ୟାଗ କରି ମନମୋହନ ସିଂହଙ୍କୁ ପ୍ରଧାନମନ୍ତ୍ରୀ କରାଇଲେ ।

No comments:

Post a Comment