Welcome To BN News . Always With Common People .

Breaking

Saturday 30 March 2019

ଗାଡ଼ି ମାଲିକ ଆଶ୍ୱସ୍ତ;ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ ବଢ଼ିବନି



ଚଳିତ ବର୍ଷ ଲାଗି ସମସ୍ତ ପ୍ରକାର ଦୁଇ ଚକିଆ,ତିନି ଚକିଆ ଓ ଚାରିଚକିଆ ଘରୋଇ ଓ ବାଣିଜି୍ୟକ ଗାଡ଼ି ଉପରେ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ ବଢ଼ିବ ନାହିଁ ବୋଲି ବୀମା ନିୟାମକ ଆଇଆରଡିଏଆଇ ନିଷ୍ପତ୍ତି ନେଇଛନ୍ତି। ଫଳରେ ଗାଡ଼ି ମାଲିକମାନେ ଆଶ୍ୱସ୍ତ ହୋଇଛନ୍ତି। ଗତ ଏକ ଦଶନ୍ଧି ଧରି ପ୍ରତିବର୍ଷ ଏପ୍ରିଲ ପୂର୍ବରୁ ଗାଡ଼ି ଉପରେ ଥାର୍ଡ ପାର୍ଟି ବୀମା ପ୍ରିମିୟମ ୧୦ରୁ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଇ ଆସୁଛି। ତେବେ ଗତବର୍ଷ ବାଇକ, କାର ଓ ଟ୍ୟାକ୍ସିର ପ୍ରିମିୟମ ୧୦ରୁ ୨୦ ପ୍ରତିଶତ ବଢ଼ିଥିଲା। 
ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ପ୍ରିମିୟମ ଧାର୍ଯ୍ୟ କରୁଥିବା ଇନସ୍ୟୁରାନ୍ସ ରେଗୁଲେଟୋରି ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ(ଆଇଆର୍‌ଡିଏଆଇ) ଦୁର୍ଘଟଣା ମାମଲା ଲାଗି ପ୍ରିମିୟମ ହାର ଧାର୍ଯ୍ୟ କରିବାକୁ ବୀମାକର୍ତ୍ତାଙ୍କୁ ଅନୁମତି ଦେଇଥାନ୍ତି। ଚଳିତ ବର୍ଷ ବୀମା ପ୍ରିମିୟମ ୨୦ରୁ ୩୦ ପ୍ରତିଶତ ବଢ଼ିବ ବୋଲି ଆଶା କରାଯାଉଥିଲା। ଉପଭୋକ୍ତମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଆଇଆର୍‌ଡିଏଆଇ ପକ୍ଷରୁ କୁହାଯାଇଥିଲା ଯେ, ଗତବର୍ଷ ଏପ୍ରିଲ ପହିଲାରେ ଲାଗୁ କରାଯାଇଥିବା ପ୍ରିମିୟମ ହାର ଚଳିତ ବର୍ଷ ପାଇଁ ମଧ୍ୟ ଲାଗୁ ହେବ। ଅନ୍ୟ ଅର୍ଥରେ କହିଲେ ଗାଡ଼ି ମାଲିକମାନେ ଏବେ ଯେଉଁ ପ୍ରିମିୟମ ହାର ଦେଉଛନ୍ତି ପରବର୍ତ୍ତୀ ନୋଟିସ ନ ବାହାରିବା ପର୍ଯ୍ୟନ୍ତ ତାହା ହିଁ ଦେବେ।

୭୫ସିସିରୁ କମ୍‌ ଇଞ୍ଜିନଥିବା ଦୁଇଚକିଆ ଗାଡ଼ିର ପ୍ରିମିୟମ ଦର ପୂର୍ବଭଳି ୪୨୭ ଟଙ୍କା ରହିବ। ସେହିଭଳି ୭୫ସିସିରୁ ୧୫୦ସିସି ପର୍ଯ୍ୟନ୍ତ ଦୁଇଚକିଆ ଗାଡ଼ିର ପ୍ରିମିୟମ ୭୨୦ ଟଙ୍କା, ହାଇପାଓ୍ବାର ବାଇକର ଦର ପୂର୍ବଭଳି ୯୮୫ ଟଙ୍କା ଦେବାକୁ ପଡିବ। କ୍ଷୁଦ୍ର କାର୍‌ ପାଇଁ ୧୮୫୦ ଟଙ୍କା, ଏସ୍‌ୟୁଭି ପାଇଁ ୭୮୯୦ ଟଙ୍କା, ଅଟୋ ରିକ୍ସା ଓ ଇ-ରିକ୍ସା ପାଇଁ ଯଥାକ୍ରମେ ୨୫୯୫ ଟଙ୍କା ଏବଂ ୧୬୮୫ ଟଙ୍କା, କ୍ଷୁଦ୍ର ଟ୍ୟାକ୍ସି ପାଇଁ ୫୪୩୭ ଟଙ୍କା ଏବଂ ବଡ଼ କମର୍ସିଆଲ କାର୍‌ ପାଇଁ ୭୧୪୭ ଟଙ୍କା ବାର୍ଷିକ ପ୍ରିମିୟମ ଦେବାକୁ ହେବ।

No comments:

Post a Comment