Welcome To BN News . Always With Common People .

Breaking

Sunday 31 March 2019

ଆଳୁ ମିଶନ ଯୋଜନାରେ ୩୦୦ କୋଟି ଲୁଟ୍ :ବିଜେପି



ଶୀତଳ ଭଣ୍ଡାର ପ୍ରତିଷ୍ଠାରେ ବିଫଳତା ଓ ଆଳୁ ମିଶନ ଫେଲ ପ୍ରସଙ୍ଗରେ
- ବହୁତ ହୋଇଗଲା ୧୯ ବର୍ଷ, ଏ ରାଜ୍ୟ ସରକାର ବଦଳିବା ଦରକାର
- ଆଳୁ ମିଶନ ଅର୍ଥରେ ମନ୍ତ୍ରୀ, ଅଫିସରମାନେ ବିଦେଶ ବୁଲିଛନ୍ତି। ପେରୁ, ଦୁବାଇ ଯେଉଁଠି ଆଳୁ ଚାଷ ହୁଏ ନାହିଁ ସେଠାରେ ଆଳୁ ଚାଷ ବିଷୟରେ ଜ୍ଞାନ ହାସଲ ପାଇଁ ଯାଇଛନ୍ତି।
- ବିଜୁ ଜନତା ଦଳର ସରକାର କେତେ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏହାର ଉତର ରଖନ୍ତୁ
- ଯେଉଁ ଯୁବ କୃଷି ଉଦ୍ୟୋଗିମାନେ ସରକାରଙ୍କ ପୋସ୍ତ୍ରାହନରେ ଶିତଳ ଭଣ୍ଡାର କରିଥିଲେ ସେମାନେ ଏବେ ଶିତଳ ଭଣ୍ଡାରରେ ତାଲା ମାରିଲେଣି କାରଣ ରାଜ୍ୟରେ ଆଳୁ ଉପ୍ତାଦନ ବଢିଲା ନାହିଁ
ଭୁବନେଶ୍ୱର, ୩୦/୦୩ : ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇବି ବିଜୁ ଜନତା ଦଳର ସରକାର ରାଜ୍ୟରେ ଶିତଳ ଭଣ୍ଡାରଟିଏ ନିର୍ମାଣ କରିପାରିଲେ ନାହିଁ। ଓଡିଶାରେ ଆଳୁ ଉପ୍ତାଦନ ବି ବଢିଲା ନାହିଁ। ଆଜିବି ଆମେ ଆଳୁ ପାଇଁ ପଡୋଶି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ୧୯ ବର୍ଷର ନିରବଛିନ୍ନ ବିଫଳତା, ଅପାରଗତା ଏବଂ ଚାଷୀମାରଣ ନୀତି ପାଇଁ ଆଜି ରାଜ୍ୟରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହୋଇପାରିଲା। ଆଳୁ ମିଶନ ବି ଫେଲ ମାରିଲା। ଆଳୁ ମିଶନରେ ୩୦୦ କୋଟି ଟଙ୍କା ରାଜ୍ୟ ରାଜକୋଷରୁ ଲୁଟ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନିରେ ଅଭିଯୋଗ କରିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଆଳୁ ମିଶନ ଅର୍ଥରେ ମନ୍ତ୍ରୀ, ଅଫିସରମାନେ ବିଦେଶ ବୁଲିଛନ୍ତି। ପେରୁ, ଦୁବାଇ ଯେଉଁଠି ଆଳୁ ଚାଷ ହୁଏ ନାହିଁ ସେଠାରେ ଆଳୁ ଚାଷ ବିଷୟରେ ଜ୍ଞାନ ହାସଲ ପାଇଁ ଯାଇଛନ୍ତି। ଗରିବ ଓଡିଆଙ୍କ ଅର୍ଥର ଏପରି ବ୍ୟାପକ ହରିଲୁଟର ଜବାବ ଓଡିଶା ଲୋକ ଆଗାମି ନିର୍ବାଚନରେ ଦେବେ।
୨୦୧୪ରେ ବିଜୁ ଜନତା ଦଳ ନିର୍ବାଚନ ଇସ୍ତାହାରରେ କହିଥିଲା ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ? କୁଆଡେ ଗଲା ସେ ପ୍ରତିଶୃତି ? କେତେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲା ତାହାର ଜବାବ ବିଜୁ ଜନତା ଦଳ ଜବାବ ଦିଅନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ୨୭ ଡିସେମ୍ବର ୨୦୧୪ରେ ରାଜ୍ୟ ସରକାର ଆଳୁ ମିଶନର ଘୋଷଣା କରିଥିଲେ। ୨୦ ଅଗଷ୍ଟ ୨୦୧୫ରେ ମୁଖ୍ୟମନ୍ତ୍ରୀ ଆଳୁ ସଂରକ୍ଷଣ ପାଇଁ ଆଗାମି ୩ ବର୍ଷରେ ୧୧୨ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଘୋଷଣା କରିଥିଲେ। ୨୬ ଅକ୍ଟୋବର ୨୦୧୫ରେ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା। ମାର୍ଚ୍ଚ ୧୪, ୨୦୧୬ରେ ଆଉ ଏକ ମନ୍ତ୍ରୀସ୍ତରୀୟ ବୈଠକରେ ଆଳୁ ମିଶନର ସମୀକ୍ଷା ହୋଇଥିଲା। କୁଆଡେ ଗଲା ସେ ସମୀକ୍ଷାର ରିପୋର୍ଟ। ସେ ସମସ୍ତ ମନ୍ତ୍ରୀସ୍ତରିୟ ବୈଠକରେ କଣ ସବୁ ଆଲୋଚନା ହେଉଥିଲା ? ବାଦାମ ଭଜା ଖାଇକି ମନ୍ତ୍ରୀମାନେ ବୈଠକ ସାରୁଥିଲେ କି ?
ଭାରତୀୟ ଜନତା ପାର୍ଟୀ ଆଜି ପ୍ରଶ୍ନ ପଚାରୁଛି ବିଜୁ ଜନତା ଦଳର ସରକାର କେତେ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କଲେ, ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଏହାର ଉତର ରଖନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
୨୨ ଜଣ ଯୁବ ଶିଳ୍ପ ଉଦ୍ୟୋଗପତି ରାଜ୍ୟ ସରକାରଙ୍କ ଭରଷାରେ ରିହାତି ନେଇ ପିପିପି ମୋଡରେ ଆଳୁ ମିଶନ ଯୋଜନାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିଥିଲେ ହେଲେ ସେମାନଙ୍କର ଅବସ୍ଥା ଆଜି ଶୋଚନୀୟ। ମାସକୁ ମାସକୁ ବ୍ୟାଙ୍କକୁ ସୁଧ ଦେଉଥିଲାବେଳେ ଆଳୁ ଉପ୍ତାଦନ ହେଉନଥିବା କାରଣରୁ ଓ ବିଜୁଳି ସଂଯୋଗର ଅଭାବ କାରଣରୁ ସେ ସବୁ ଶୀତଳ ଭଣ୍ଡାରରେ ଆଜି ତାଲା ପଡିଛି। ଏ ସରକାର ୧୯ ବର୍ଷରେ ଚାଷୀ ଏବଂ କୃଷି ଉଦ୍ୟୋଗପତିମାନଙ୍କୁ ପ୍ରତାରଣା କରିଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।
ଆଳୁ ମିଶନକୁ ଏବେ ୪ ବର୍ଷ ପୁରିଲାଣି। ୩ ବର୍ଷ ଭିତରେ ଆଳୁ ଉପ୍ତାଦନ ୧୧ ଲକ୍ଷ ମେଟ୍ରିକ ଟନ ହେବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ହେଲେ ୨୦୧୫ରେ ଯାହା ଆଳୁ ଉପ୍ତାଦନ ହେଉଥିଲା ତାହା ଏବେ ବର୍ଷକୁ ବର୍ଷ କମିବାରେ ଲାଗିଛି। ଯେଉଁ ଯୁବ କୃଷି ଉଦ୍ୟୋଗିମାନେ ସରକାରଙ୍କ ପୋସ୍ତ୍ରାହନରେ ଶିତଳ ଭଣ୍ଡାର କରିଥିଲେ ସେମାନେ ଏବେ ଶିତଳ ଭଣ୍ଡାରରେ ତାଲା ମାରିଲେଣି କାରଣ ରାଜ୍ୟରେ ଆଳୁ ଉପ୍ତାଦନ ବଢିଲା ନାହିଁ। ବର୍ତମାନ ଓଡିଶାରେ ଥିବା ସମସ୍ତ ଶୀତଳଭଣ୍ଡାରର ସର୍ବମୋଟ ବାର୍ଷୀକ କ୍ଷମତା ୧, ୬୩, ୭୮୦ ଟନ ଅଟେ। ଯାହା ଆମ ପଡ଼ୋଶୀ ରାଜ୍ୟ ପଶ୍ଚିିମବଙ୍ଗ ଓ ଆନ୍ଧ୍ର ପ୍ରଦେଶର ଗୋଟିଏ ଗୋଟିଏ ଜିଲ୍ଲାରେ ଥିବା ଶୀତଳୀକରଣ କ୍ଷମତା ଠାରୁ ବି କମ୍ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଡ.ଜତୀନ ମହାନ୍ତି ଏବଂ କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

No comments:

Post a Comment