Welcome To BN News . Always With Common People .

Breaking

Sunday 16 February 2020

ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ : ଘଟାଇଲା ସିରିଜ ଦୁର୍ଘଟଣା, ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା



ବାରିପଦାରେ ଭୟର ପରିବେଶ ଖେଳାଇଲା ମଦ୍ୟପ ଡ୍ରାଇଭର। ଆଜି ରାତି ପ୍ରାୟ ୯.୪୫ ରେ ଜେ ଏଚ-୦୫ ବିସି ୩୩୬୮ ନମ୍ବର ବିଶିଷ୍ଟ ମାରୁତି ସୁଜୁକି ସ୍ୱିଫ୍ଟ କାର ଚଳାଉଥିବା ଡ୍ରାଇଭର ଅଶୋକ ଦାସ ବାରିପଦା ସହର ବାଲେଶ୍ବର ଗୋଲେଇ ଆଡୁ ଦ୍ରୁତ ଗତିରେ ଆସି ବାଟରେ ଏକାଧିକ ଲୋକଙ୍କୁ ଧକ୍କା ଦେଇଥିଲା। ବାଲେଶ୍ଵର ଗୋଲେଇରୁ ପାଲବଣି ଛକ ପୂର୍ବରୁ ମଧ୍ୟ ଏକାଧିକ ବାଇକ ଆରୋହି ଓ ପଥଚାରୀଙ୍କୁ ଧକ୍କା ଦେଇଥିଲା। କାରକୁ ଆଗ ପଛ କରି ଚଳାଇ ଲୋକଙ୍କ ମନରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ତେବେ ଟ୍ରେନ ଆସୁଥିବାରୁ ଫାଟକ ପଡ଼ିଥିବାରୁ ଆହୁରି ଅନେକ ଦୁର୍ଘଟଣାରୁ ବର୍ତ୍ତିଥିଲେ ଲୋକେ। ପରେ ଜଣେ ବାଇକ ଆରୋହି ନିଜେ ବଂଚିବା ପାଇଁ ବାଇକ ଛାଡି ପଳେଇଥିଲା। ରାସ୍ତା ରେ ବାଇକ ପଡ଼ିଥିବାରୁ କାର ଅଟକିଗଲା।
ଉତ୍ତ୍ୟକ୍ତ ଲୋକେ କାରଟିକୁ ବାଡେଇ ଭାଙ୍ଗିଦେବା ସହ ଓଲଟାଇ ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ଆସି ମଦ୍ୟପ ଡ୍ରାଇଭର କୁ ଉଦ୍ଧାର କରିଥିଲା। ଡ୍ରାଇଭର ଜଣଙ୍କ ପାଟଣାଗଡ଼ ବଲାଙ୍ଗିରର ବାସିନ୍ଦା ହୋଇଥିବା ବେଳେ ମାତ୍ର କେଇଦିନ ହେବ ଗାଡି ଚଲେଇବାକୁ ବାରିପଦା ଆସିଥିବା ଜଣାପଡିଛି। ତେବେ କାର ଟି ଶୁଭେନ୍ଦ୍ର କୁମାର କରମହାପାତ୍ରଙ୍କ ନାମରେ ପଞ୍ଜିକୃତ ଥିବା ଜଣାପଡିଛି। ଏହି ଘଟଣା ରେ କେହି ଗୁରୁତର ଆହତ ହୋଇନଥିଲେ ମଧ୍ୟ ଏପରି ଉନ୍ମତ କାଣ୍ଡ ସାଧାରଣରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା।

No comments:

Post a Comment