Welcome To BN News . Always With Common People .

Breaking

Sunday 16 February 2020

ରାସ୍ତା ନଥିବାରୁ ଗର୍ଭବତୀ ବୁହାହେଲେ ଖଟିଆରେ ଓ ପ୍ରସବ କଲେ ନଦୀ ପାଖରେ


କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ କୁଟିକିଆ ପଂଚାୟତର ଗାଙ୍ଗରି ଗାଁ ଜଣେ ଗର୍ଭବତୀ ମହିଳା ରାସ୍ତା ନଥିବାରୁ ଖଟିଆରେ ବୁହା ହୋଇ ନଦୀ ପାର ହୋଇ ଆସୁଥିବା ସମୟରେ ନଦୀ ନିକଟରେ ଗର୍ଭବତୀ ମହିଳା ଜଣକ ପ୍ରସବ ବେଦନା ହୋଇ ସେଠାରେ ହିଁ ନବଜାତ ଶିଶୁକୁ ଜନ୍ମ ଦେଇଥିଲେ।
ଗାଁ ରେ ଆଶାକର୍ମି ଥିଲେ ମଧ୍ୟ ସେ ଠିକ ସମୟରେ ଗର୍ଭବତୀ ମହିଳାଙ୍କ ନିକଟରେ ନ ପହଁଚିବା ଯୋଗୁଁ ପରିବାର ଲୋକେ ବାଧ୍ୟ ହୋଇ ଏକ ଖଟକୁ ଦୋଳା କରି ବାଲିଗୁଡା ଉଉପଖଣ୍ଡ ଚିକିତ୍ସାଳୟକୁ ଆଣୁଥିଲେ। ଆଶାକର୍ମି ରଶ୍ମିତା ଦିଗାଳ ଅଧିକାଂଶ ସମୟରେ ଗର୍ଭବତୀ ମହିଳାମାନଙ୍କୁ ସହଯୋଗ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକ ସମୟରେ ଗର୍ଭବତୀ ମହିଳାମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାରେ ସହଯୋଗ କରୁନଥିବା ଏବଂ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉନଥିବା ମଧ୍ୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
କୁଟିକିଆ ଠାରୁ ଗାଙ୍ଗରି ଗାଁ ସମେତ ଏହାରଆଖପାଖ ଗାଁ ଗୁଡିକରେ ରାସ୍ତା ଖରାପ ଥିବାରୁ କୌଣସି ଯାନବାହାନ ଗମନାଗମନ କରୁନାହିଁ। ଯାହାଦଦ୍ୱାରା କୌଣସି ରୋଗି, ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ମାନେ ଯିବା ଆସିବାରେ ଅସୁବିଧା ହେଉଥିବା କୁଟିକିଆ ସରପଂଚ ଦୟାନିଧି ମଳିକ ଅଭିଯୋଗ କରିଛନ୍ତି। ସରକାର ଯଦି ଗାଁ ଗୁଡିକୁ ରାସ୍ତା ଘାଟ ନିର୍ମାଣକଲେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିନଥାନ୍ତା।

No comments:

Post a Comment