Welcome To BN News . Always With Common People .

Breaking

Tuesday 4 February 2020

ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଲା ଆତଙ୍କବାଦୀ

କୋଲକାତା: ପଶ୍ଚିମବଙ୍ଗରେ ଥିବା ପ୍ରେସିଡେନ୍ସି ଜେଲରେ ଥିବା ଆଇଏସଆଇଏସ ଆତଙ୍କବାଦୀ ସଂଗଠନ ମହମ୍ମଦ ମସିଉଦ୍ଦୀନ (ଅବୁ ମୂଷା) ମଙ୍ଗଳବାର ସେସନ୍ସ କୋର୍ଟରେ ଶୁଣାଣି ବେଳେ ବିଚାରପତିଙ୍କ ଉପରକୁ ଜୋତା ଫିଙ୍ଗିଛି। ଏହି ଘଟଣା ପରେ ଏବେ ମୂଷାକୁ ସ୍ୱତନ୍ତ୍ର ଜେଲରେ ବନ୍ଦ କରି ରଖାଯାଇଛି। ଆଗାମୀ ଦିନରେ ଭିଡିଓ କନଫରେସିଂ ଜରିଆରେ ଶୁଣାଣି ହେବ ବୋଲି ଜଣାପଡ଼ିଛି।
ମୂଷା ବିରୋଧରେ ବିସ୍ଫୋରଣ ଅଭିଯୋଗ ରହିଛି। ପଶ୍ଚିମବଙ୍ଗର ବର୍ଦ୍ଦମାନରେ ୨୦୧୭ରେ ହୋଇଥିବା ବିସ୍ଫୋରଣ ମାମଲାରେ ଅବୁ ମୂଷା ସାମିଲ ରହିଥିଲା। ଗିରଫ ହେବା ବେଳେ ମୂଷା ପାଖରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ସିଆଇଡି ତଦନ୍ତ ବେଳେ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ଲିଙ୍କରେ ସେ ସାମିଲ ଥିଲା ବୋଲି ମୂଷା ସ୍ୱୀକାର କରିଥିଲା। ଏହାପରେ ଏନଆଇଏ ଏହି ମାମଲାର ତଦନ୍ତ କରୁଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମୂଷାକୁ ପଶ୍ଚିମବଙ୍ଗର ଅଲୀପୁର ଜିଲ୍ଲାରେ ବନ୍ଦୀ ରଖାଯାଇଥିଲା। ସେଠାରେ ଜେଲ ଓ୍ୱାର୍ଡ଼େନକୁ ଆକ୍ରମଣ କକିବାରୁ ପ୍ରେସିଡେନ୍ସି ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା।

No comments:

Post a Comment