Welcome To BN News . Always With Common People .

Breaking

Tuesday 4 February 2020

ଇଲେକ୍ଟ୍ରୋନିକ୍ସ ମେନ୍ୟୁଫେକ୍‌ଚରିଂ ଲାଗି 45 ହଜାର କୋଟି ଟଙ୍କାର ଫଣ୍ଡ, ଚୀନକୁ ମାତ ଦେବାକୁ ପ୍ରସ୍ତୁତି


ନୂଆଦିଲ୍ଲୀ, ଫେବୃଆରୀ ୦୪ 
ସରକାର ଆଗମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶକୁ ଇଲେକ୍ଟ୍ରୋନିକ୍ସ ମେନ୍ୟୁଫେକ୍‌ଚରିଂ ହବ କରିବା ଯୋଜନା ଉପରେ କାମ କରୁଛନ୍ତି । ଏହାଦ୍ୱାରା ଚୀନ ଏବଂ ଭିଏତନାମକୁ କଡ଼ା ଟକ୍କର ଦିଆଯାଇ ପାରିବ । ସରକାର ଚାହୁଁଛନ୍ତି ଫକ୍ସକନ ଏବଂ ୱିଷ୍ଟନ ପରି କନ୍‌ଟ୍ରାକ୍ଟ ମେନ୍ୟୁଫେକ୍‌ଚରିଂ ଫାର୍ମ ସହ ଆପଲ, ସାମସଙ୍ଗ, ହୁୱେଇ, ଓପୋ ଏବଂ ଭିଭୋ ପରି ବଡ଼ କମ୍ପାନୀ ନିଜର ଗ୍ଲୋବାଲ ସପ୍ଲାଇ ଚେନ ଇଣ୍ଡିଆରେ ଆରମ୍ଭ କରନ୍ତୁ । ଏହା ସୁନିଶ୍ଚିତ କରିବା ଲାଗି ସରକାର 45,000 କୋଟି ଟଙ୍କାର ଫଣ୍ଡ ଏକାଠି କରୁଛନ୍ତି । ଜଣେ ବରିଷ୍ଠ ଅଧିକାରୀ ଇକନୋମିକ୍ସ ଟାଇମ୍ସକୁ ସୂଚନା ଦେଇଛନ୍ତି, ଏହି ମାମଲାରେ ଏକ ଇଣ୍ଡର-ମିମିଷ୍ଟ୍ରିୟଲ ନୋଟ ଜାରି ହୋଇ ସାରିଛି ।
ଏହି ରାଶିରୁ ପ୍ରାୟ 41,000 କୋଟି ଟଙ୍କା ପ୍ରଡକ୍ସନ-ଲିଙ୍କଡ୍‌ ଇନ୍ସେଟିଭ (ପିଏଲଆଇ) ଆଧାରରେ କମ୍ପାନୀ ଗଡ଼ିକୁ ଦିଆଯିବ । ଅନ୍ୟପଟେ ବଳକା 4 ହଜାର କୋଟି ଟଙ୍କା ପ୍ରସ୍ତାବିତ କ୍ୟାପିଟାଲ ସବ୍‌ସିଡି ଅବା ରିଇନ୍‌ଭେଷ୍ଟମେଣ୍ଟ ସ୍କିମ ମାଧ୍ୟମରେ ଅଫର କାରଯିବ । ଏହି ସ୍କିମ ପପୁଲାର ମୋଡିଫାଇଡ୍ ସ୍ପେଶଲ ଇନ୍ସେଟିଭ ପ୍ୟାକେଜ ସ୍କିମର (M-SIPS) ସ୍ଥାନ ନେବ । ଅଧିକାରୀ ଜଣକ କହିଛନ୍ତି, ସରକାରୀଙ୍କୁ ପିଏଲଆଇ ସ୍କିମ ଜରିଆରେ ପାଞ୍ଚ ବର୍ଷର ଅବଧିରେ 2 ଲକ୍ଷରୁ ଅଧିକ ଚାକିରି ଏବଂ ପାଞ୍ଚ ଲକ୍ଷରୁ ଅଧିକ ରପ୍ତାନୀ ଏବଂ ପ୍ରାୟ 5 ହଜାର କୋଟି ଟଙ୍କା ପାଖାପାଖି ଟିସକ ଆକାରରେ ରେଭେନ୍ୟୁ ମିଳିବାର ଆଶା ରହିଛି । ପିଏଲଆଇ ସ୍କିମ ଅନୁସାରେ ମିଳୁଥିବା ଇନ୍ସେଟିଭରୁ ମେକାନିଜ୍‌ମ ଇଣ୍ଟର-ମିନିଷ୍ଟ୍ରିୟଲ ପରାମର୍ଶ ପରେ ଏହି ନିର୍ଦ୍ଧାରଣ କରାଯିବ ।
ଅଧିକାରୀ କହିଛନ୍ତି ଏହା ବର୍ତ୍ତମାନର ମର୍ଚ୍ଚେନଡାଇଜ ଏକ୍ସପୋର୍ଟ୍ସ ଫାର୍ମ ଇଣ୍ଡିଆ ସ୍କିମ ଅନୁସାରେ ମିଳୁଥିବା ଡ୍ୟୁଟି କ୍ରେଡିଟ୍‌ ସ୍କ୍ରିସ ସ୍କିମର ଅନୁରୂପ ଅଟେ । ଏମଇଆଇଏସକୁ ମାର୍ଚ୍ଚ 31 ପର୍ଯ୍ୟନ୍ତ ଲାଗୁ କରାଯାଇଛି । ଡ୍ୟୁଟି କ୍ରେଡିଟ ସ୍କ୍ରିପ ଏକ ପ୍ରମାଣପତ୍ର ହୋଇଥାଏ ଯାହାର ଏକ ନିଶ୍ଚିତ ମନିଟାରୀ ଭେଲ୍ୟୁ ରହିଥାଏ । କଷ୍ଟମ୍‌ ଡ୍ୟୁଟି ପଇଠ ସମୟରେ ଏହାର ବ୍ୟବହାର ହୋଇଥାଏ ।
ସରକାରୀ ଅଧିକାରୀ ଏହା ସୁନିଶ୍ଚିତ କରିବାରେ ଲାଗିଛନ୍ତି, ଯେ ନୂଆ ପଲିସି ୱାର୍ଲଡ ଟ୍ରେଡ ଅର୍ଗାନାଇଜେଶନର ମାନକର ଅନୁରୂପ ହେବ ଏବଂ ଇନ୍ସେଟିଭ ପ୍ରତ୍ୟେକ୍ଷ ରୁପେ ଏକ୍ସପୋର୍ଟ ସହ ଲିଙ୍କ କରୁନଥିବ । ଏହାସହ, ସରକାର ଏହି ସ୍କିମର ଯୋଗ୍ୟତା ପାଇଁ ବଡ଼ ମାପଦଣ୍ଡ ରଖିବାକୁ ଚାହୁଁଛନ୍ତି, ଯାହା ଦ୍ୱାରା ଏହା ସୁନିଶ୍ଚିତ ହୋଇପାରିବ ଯେ କେବଳ ଲୋକାଲ ମାର୍କେଟ ପାଇଁ ଡିଭାଇସ ନିର୍ମାଣ କରୁଥିବା ମେନ୍ୟୁଫେକ୍ଚରର୍ସ ଏହି ଫଣ୍ଡର ଲାଭ ଉଠାଇ ପାରିବେନି । ଦୁନିଆର ସବୁଠାରୁ ବଡ଼ କନ୍‌ଟ୍ରାକ୍ଟ ମେନ୍ୟୁଫେକଚର ଫକ୍ସକନ ସହ ସାମସଙ୍ଗ, ହୁୱେଇ, ଭିଭୋ ଏବଂ ଓପୋ ପାଖରେ 500 ଆରବ ଡଲାରର ଗ୍ଲୋବାଲ ମୋବାଇଲ ଫୋନ ମାର୍କେଟରେ 80 ପ୍ରତିଶତରୁ ଅଧିକ ଅଂଶ ରହିଛି । ଫକ୍ସକନର ଏକ କାରଖାନା ଇଣ୍ଡିଆରେ ରହିଛି ।
ଭାରତରେ ଲୋକାଲ ପ୍ରଡକ୍ସନକୁ ମଧ୍ୟ ଭିଏତନାମରୁ ଶସ୍ତା ଆମଦାନୀ କାରଣରୁ କ୍ଷତି ସହିବାକୁ ପଡ଼ୁଛି । 2025 ସୁଦ୍ଧା ଦୁନିଆରେ ସ୍ମାର୍ଟଫୋନର ମାର୍କେଟ ସାଇଜ୍‌ 648 ଅରବ ଡଲାରରେ ପହଞ୍ଚିବାର ଅନୁମାନ ରହିଛି । ଏବଂ ଏଥିରୁ ପ୍ରାୟ 370 ଅରବ ଡଲାର ରପ୍ତାନୀ ହେବ । ଏହି ମାର୍କେଟର ଟପ୍‌ ତିନୋଟି କମ୍ପାନୀ ଆପଲ, ସାମସଙ୍ଗ ଏବଂ ହୁୱେଇ ଅଟେ । ଭାରତରେ ଅଧାରୁ ଅଧିକ ସ୍ମାର୍ଟଫୋନ ମାର୍କେଟରେ ସାଓମୀ, ଓପୋ, ଭିଭୋ ଏବଂ ହୁୱେଇ ପରି ଚାଇନା କମ୍ପାନୀର ଆଧିପତ୍ୟ ରହିଛି ।

No comments:

Post a Comment