Welcome To BN News . Always With Common People .

Breaking

Sunday 16 February 2020

କମାରିଆ ସରକାରୀ ଜମିରୁ ଗଛକଟାକୁ ନେଇ ବିବାଦ : ଆଇନଗତ ଭାବେ ଗଛ କଟାଯାଇଥିବାର ସ୍ପଷ୍ଟ କଲା ବନବିଭାଗ



ଏହି ଜିଲାର ତିହିଡି ବ୍ଲକ୍ ମଂଗଳପୁର ପଂଚାୟତର କାର୍ଯ୍ୟାଳୟର ଗୃହ ନିର୍ମାଣ ପାଇଁ କମାରିଆସ୍ଥିତ ସରକାରୀ ଜମିରେ ଥିବା ଗଛକଟାକୁ କେନ୍ଦ୍ରକରି ଦେଖାଦେଇଛି ବିବାଦ । ପଂଚାୟତ କର୍ତ୍ତୃପକ୍ଷ ସରକାରୀ ଖାତା ନଂ ୩୦୭ ଓ ପ୍ଲଟ୍ ନଂ ୩୯୨ ରେ ଥିବା ବହୁ ପୁରାତନ ବର, ଅଶ୍ୱସ୍ତ ଓ ନିମ୍ବ ଗଛଗୁଡିକୁ କଟାଯାଇଥିବା ନେଇ ସ୍ଥାନୀୟ ଅଂଚଳର ପ୍ରବୀର ନାୟକ, କୈଳାସ ଲେଙ୍କା, ରବିନ୍ଦ୍ର ପାଣି, କୈଳାସ ଦାସ, ଅର୍ଜୁନ ପାଣି, ସଂଜୟ ମଲ୍ଲିକ, ଅକ୍ଷୟ ନାୟକ, ରାଜେଶ ରଂଜନ ପରିଡା, ଗଂଗାଧର ଜେନା, ମାନସ ରଂଜନ ସେଠୀ, ସଂଜୟ ମହାନ୍ତି, ହରେକୃଷ୍ଣ ବିଶ୍ୱାଳ ପ୍ରମୁଖ ତିହିଡି ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନାଧିକାରୀ ଓ ବନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହିନ୍ଦୁଧର୍ମର ପୂଜାର୍ଚ୍ଚନା କରାଯାଉଥିବା ଏହି ଗଛକଟାଯିବା କେତେଦୂର ସମିଚୀନ ଏବଂ ପରିବେଶ ସନ୍ତୁଳିତ ହେଉଥିବାବେଳେ ଏଭଳି ଗଛକଟାଯିବା ଉଚିତ୍ ନୁହେଁ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ଏହି ଘଟଣାକୁ ନେଇ ଦିନ ତମାମ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇଥିଲା ।
ନବଗଠିତ ମଙ୍ଗଳପୁର ପଂଚାୟତର କାର୍ଯ୍ୟାଳୟ ସ୍ଥାପନ ହେଲା ଲାଗି ଦୀର୍ଘଦିନ ଧରି ସରକାରୀ ଜମି ଖୋଜାଯାଉଥିଲା । ଏ ନେଇ ବିଭିନ୍ନ ବାଦାନୁବାଦ ପରେ ପ୍ରଶାସନ ପକ୍ଷରୁ କମାରିଆ ବଜାରସ୍ଥିତ ଉକ୍ତ ସରକାରୀ ସ୍ଥାନରେ କାର୍ଯ୍ୟାଳୟ ନିର୍ମାଣ କରିବା ଲାଗି ନିଷ୍ପତ୍ତି ନିଆଯିବା ସହ ସେହି ପ୍ଲଟ୍‌ରେ ଥିବା ଗଛଗୁଡିକୁ କଟାଯିବା ଲାଗି ଆଇନ୍‌ର ଆଶ୍ରୟ ନିଆଯାଇଥିଲା । ତହସିଲଦାର ଓ ବନବିଭାଗର ମିଳିତ ତଦନ୍ତ ପରେ ଗଛକଟା ଯିବା ଲାଗି ନିଷ୍ପତ୍ତି ହୋଇଥିବା ବିଷୟ ଓ ଗଛକଟାଳି ଜରିଆରେ ତାହା କଟାଯାଇଛି ବୋଲି ସରପଞ୍ଚ ସାବିତ୍ରୀ ମଲ୍ଲିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଯାହା ବନବିଭାଗ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୪୮/ ତା ୧୧.୦୨.୨୦ ରିଖରେ ସ୍ପଷ୍ଟ ହୋଇଥିବାବେଳେ ଆଇନଗତ ଭାବେ ଏହି ଗଛ କଟାଯାଇଥିବା ବିଷୟ ବନବିଭାଗ ସ୍ପଷ୍ଟ କରିଛି । ଏଥିସହ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ମଧ୍ୟ କ୍ଷେତ୍ରୀୟ ତଦନ୍ତ କରିବା ସହିତ କାଗଜପତ୍ର ଯାଞ୍ଚ କରିବା ପରେ ତା ଉପଯୁକ୍ତ ବୋଲି ସୂଚନା ଦେଇଛନ୍ତି । ମଙ୍ଗଳପୁର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀନବନ୍ଧୁ ପାତ୍ର ଏହି କାର୍ଯ୍ୟାଳୟ ଗୃହ ନିର୍ମାଣ ସଂପର୍କରେ ସାମାନ୍ୟତମ ଅବଗତ ନଥିବା ଏବଂ ଏହି ଗଛକଟା ସଂପର୍କରେ ସେ ଆଦୌ ଜାଣିନଥିବା ମନ୍ତବ୍ୟକୁ ନେଇ ବ୍ଲକ୍ ପ୍ରଶାସନର ଅଡୁଆରେ ପଡିଥିବାର ଜଣାଯାଇଛି । ଏବେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀ ପାତ୍ର ଆସନ୍ତା ସୋମବାର ତଦନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

No comments:

Post a Comment