Welcome To BN News . Always With Common People .

Breaking

Saturday 15 February 2020

ଶ୍ରୀରାମ କଲେଜ ଛାତ୍ରଛାତ୍ରୀଙ୍କ ଧାରଣ , ପାଣ୍ଡକିଟାଲ ଛକଠାରେ ।



ଆଜି 15 ଫେବ୍ରୁଆରୀ 2020 ସକାଳୁ ଶ୍ରୀରାମ କଲେଜ , ରାମପୁରର ଛାତ୍ରଛାତ୍ରୀ ମାନେ ଧାରଣା , ଆନ୍ଦୋଳନ ରେ ବର୍ତ୍ତମାନ ସନ୍ଧ୍ୟା 5 ପର୍ଯ୍ୟନ୍ତ ପାଣ୍ଡକିଟାଲ ଛକରେ ବସିଛନ୍ତି । ଗତକାଲି ଏକ ଛାତ୍ରୀ କଲେଜ ରୁ ଘରକୁ ଫେରିବା ସମୟରେ ଏକ ବାଇକ ଧକ୍କାରେ ଦୁର୍ଘଟଣା ହୋଇଥିଲେ । ତାଙ୍କୁ ବରପାଲି ହସ୍ପିଟାଲ , ପରେ ବରଗଡ଼ ହସ୍ପିଟାଲ , ତା ପରେ ବୁର୍ଲା ହସ୍ପିଟାଲ ନିଆଯାଇଥିଲା , ବୁର୍ଲାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ଛାତ୍ରଛାତ୍ରୀଙ୍କ ଡିମାଣ୍ଡ ଯେ , ବାଇକ ଚାଳକ କୁ ଧରାଯାଉ , ପାଖରେ ଥିବା ମଦଭାଟି ବନ୍ଦ କରାଯାଉ , ମୃତକଙ୍କ ପରିବାର କୁ କ୍ଷତିପୂରଣ ଦିଆଯାଉ । ବର୍ତମାନ ପର୍ୟ୍ଯନ୍ତ କେହି କର୍ତ୍ତୃପକ୍ଷ ଆସି ନ ଥିବା ଏବଂ ଦାବି ପୂରଣ ନ ହେବା ସୂତ୍ରରୁ ଜଣାପଡ଼ିଛି ।

No comments:

Post a Comment