Welcome To BN News . Always With Common People .

Breaking

Sunday 16 February 2020

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ୨ ନାବାଳକ ଛାତ୍ରଙ୍କ ଦୁଷ୍କର୍ମ ଅଭିଯୋଗ



କୁଚିଣ୍ଡା: ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ନିଜର ସହପାଠୀ ଓ ଯୁକ୍ତ ୨ରେ ପଢୁଥିବା ଜଣେ ଛାତ୍ରଙ୍କ ଦ୍ୱାରା ଆଜି ଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମହୁଲପାଲି ଥାନାର ଏକ ଗାଁରେ ଏହି ଘଟଣା ଘଟିଥିବା ପୀଡ଼ିତାଙ୍କ ପିତା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି।
ପୁଲିସ କହିଛି ମହୁଲପାଲି ଥାନା ଅଞ୍ଚଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କର ସହପାଠୀ ଓ ସ୍ଥାନୀୟ ଅଞ୍ଚଳର ଏକ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ର ଆଜି ଅପରାହ୍ନରେ କୌଣସି ଏକ ବାହାନାରେ ଡାକି ନେଇଥିଲେ। ଘର ଠାରୁ ସେମାନେ ଅଳ୍ପ ଦୂରରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରୁଥିଲେ। ତେବେ ଛାତ୍ରୀଙ୍କ ମା' ପଡୋଶୀ ଘରେ ଖୋଜାଖୋଜି କରିଥିଲେ। ଶେଷରେ ନିଜ ଝିଅ ପରିତ୍ୟକ୍ତ ଘରେ ୨ ଜଣ ନାବାଳକଙ୍କ ଦ୍ୱାରା ଦୁଷ୍କର୍ମ ହେଉଥିବା ଜାଣି ପାରିଥିଲେ। ଏହା ପରେ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଡାକି ନେଇ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ଆଖି ଆଗରେ ସବୁ ଘଟଣା ଦେଖି ସାରିବା ପରେ ପୀଡ଼ିତାଙ୍କ ପିତା ମହଲୁପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ ଅନୁସାରେ ୨ ନାବାଳକଙ୍କୁ ଥାନାକୁ ଆଣି ପଚରାଉଚରା କରିଛି। ତିନି ଜଣଙ୍କୁ ଡାକ୍ତରୀ ପରୀକ୍ଷା କରାଯିବ ବୋଲି ପୁଲିସ କହିଛି।

No comments:

Post a Comment