Welcome To BN News . Always With Common People .

Breaking

Sunday 7 April 2019

ବିଜେପି ଦେଶ ପାଇଁ ଲଢ଼ୁଛି, କଂଗ୍ରେସ ନିଜ ପାଇଁ ଲଢ଼ୁଛି - ପ୍ରଧାନମନ୍ତ୍ରୀ


ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟ।ୟ ପାଇଁ ଆଉ ମାତ୍ର ପାଞ୍ଚ ଦିନ ଥିବାବେଳେ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସୁନ୍ଦରଗଡ଼ ଏବଂ ସୋନ୍‍ପୁରଠାରେ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ କହିଛନ୍ତି, ଦେଶର ସ୍ଥିରତା ପାଇଁ ଏକ ମଜବୁତ୍‍ ସରକାର ଗଠନ କରିବା ଅନିର୍ବାର୍ଯ୍ୟ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶାସକ ବିଜେଡ଼ି ସରକାର କୃଷକମାନଙ୍କ ପାଇଁ ଆର୍ଥିକ ଅନୁଦାନ ରୂପାୟନକୁ ଅବରୋଧ କରିଛନ୍ତି ଏବଂ ଆୟୁଷ୍ମାନ୍‍ ଭାରତ ଯୋଜନାରେ ଗରିବ ଲୋକମାନଙ୍କୁ ମାଗଣା ଚିକିତ୍ସା ଯୋଗାଇବାରେ ବିଫଳ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ସରକାର କେନ୍ଦ୍ରରେ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କଂଗ୍ରେସ ଓ ବିଜେଡ଼ି ଦାରିଦ୍ର୍ୟକୁ ନେଇ ରାଜନୀତି କରୁଛନ୍ତି। ସେ କହିଛନ୍ତି, ଦେଶର ଲୋକମାନେ ମୋଦି ସରକାରଙ୍କୁ ବିଶ୍ୱାସ କରନ୍ତି କାରଣ ତାଙ୍କ ସରକାର ମହିଳାମାନଙ୍କୁ ମାଗଣା ଏଲ୍‍.ପି.ଜି. କନେକ୍‍ସନ୍‍ ଓ ଗରିବ ଲୋକମାନଙ୍କୁ ମାଗଣା ବିଦ୍ୟୁତ୍‍ ଯୋଗାଇ ଦେଇଛନ୍ତି।

No comments:

Post a Comment