Welcome To BN News . Always With Common People .

Breaking

Sunday 7 April 2019

ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ମିଳିବା ଉଚିତ: ରାଜ୍‌ ଠାକରେ


ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରମୁଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦି ହିଟ୍‌ଲର ଭଳି କାର୍ଯ୍ୟ କରୁଛନ୍ତି। ଏପରିସ୍ଥଳେ ଦେଶର ସାଧାରଣ ଲୋକେ ମୋଦି ମୁକ୍ତ ଭାରତ ଆହ୍ବାନକୁ ସଫଳ କରିବା ଆବଶ୍ୟକ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିବାର ସୁଯୋଗ ଦେବା ଉଚିତ ବୋଲି ରାଜ୍‌ ଠାକରେ କହିଛନ୍ତି। ମୋଦି ମିଡ଼ିଆକୁ ନେଇ ନିଜ ମାଙ୍କ ସହିତ ସାକ୍ଷାତ୍‌ କରି ଜାଣି ଶୁଣି ଆତ୍ମ ପ୍ରଚାର କାର୍ଯ୍ୟ ଜାରି ରଖିଛନ୍ତି। ନିର୍ବାଚନ ଜିତିବା ପାଇଁ ଭାଜପା କୋଟି କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି। ଏସବୁ ଦେଶର ଜନତାଙ୍କ ଟଙ୍କା। ମୋଦି ସରକାର ଏହି ଟଙ୍କା ଲୋକଙ୍କଠାରୁ ଲୁଟି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାଜ୍‌ ଠାକରେ। ସମ୍ପ୍ରତି ଦେଶ ସମ୍ମୁଖରେ ଦୁଇଟି ସଙ୍କଟ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହ ଭାବେ ମୁଣ୍ଡ ଟେକିଛି। ଦେଶର ଜନତା ଏହି ସଙ୍କଟକୁ ଦୂରେଇବା ପାଇଁ ଭାଜପା ବିରୋଧ ଭୋଟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।

No comments:

Post a Comment