Welcome To BN News . Always With Common People .

Breaking

Sunday 7 April 2019

ନୂଆ ଓଡ଼ିଶା ଗଠନ ପାଇଁ ବିଜେପିର ୯ଟି ସଂକଳ୍ପ



ସାଧାରଣ ନିର୍ବାଚନକୁ ନେଇ ଓଡ଼ିଶା ଲାଗି ରବିବାର ବିଜେପି ତା'ର ଇସ୍ତାହାର 'ସଂକଳ୍ପ ପତ୍ର' ଜାରି କରିଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏହାକୁ ଉନ୍ମୋଚନ କରିଛନ୍ତି। ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ। ବିଜେପି ଏଥିରେ ନୂଆ ଓଡ଼ିଶା ପାଇଁ ୯ଟି ସଂକଳ୍ପ ରଖିଛି।

-ବିଜେପି ଶାସନକୁ ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରାଯିବ।
- ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ଓଡ଼ିଶାରେ ଲାଗୁ କରାଯିବ।
- ୫ ବର୍ଷରେ ଭୂମିହୀନଙ୍କୁ ଜମି ପଟ୍ଟା ପ୍ରଦାନ କରାଯିବ।
- ପୁଣିଥରେ ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରାଯିବ।
- ବିନା ସୁଧରେ ଚାଷୀଙ୍କୁ ଋଣ ଦିଆଯିବ।
- ଶିଳ୍ପ, ଉତ୍ତମ ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ୱ ଦିଆଯିବ।
- ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର, ପାଣି, ସ୍ୱାସ୍ଥ୍ୟ ଓ ବିଜୁଳି ଯୋଗାଇ ଦିଆଯିବ।
- ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀରେ ପରିଣତ କରାଯିବ।
- ରାଜ୍ୟର ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ।
- ବିଜେପି ସରକାର ଗଢିଲେ ୨ ବର୍ଷ ଭିତରେ ବେକାରୀଙ୍କୁ ଚାକିରି ମିଳିବ।
-୫ ବର୍ଷରେ ୨୦ ଲକ୍ଷ ପିଲାଙ୍କୁ ସ୍କିଲ ଡେଭଲଫମେଣ୍ଟ ପ୍ରଦାନ କରାଯିବ।

No comments:

Post a Comment